Home ଓଡ଼ିଶା ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ଟାସ୍କ ଫୋର୍ସ କମିଟିର ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ଟାସ୍କ ଫୋର୍ସ କମିଟିର ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ସମସ୍ତ ବ୍ୟକ୍ତି ମାନଙ୍କ ସମେତ ୧୮ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତିଙ୍କ ଚିହ୍ନଟ ଓ କେତେକ ନିର୍ଦ୍ଧିଷ୍ଟ ଯୋଗ୍ୟ ବ୍ୟକ୍ତି ଏହି ପ୍ରତିଷେଧକ ଟିକା ନେଇ ପାରିବେ ସେ ବିଷୟରେ ଏବଂ ଜିଲ୍ଲାରେ ଏହି କାର୍ଯ୍ୟ କିଭଳି ପ୍ରସାରିତ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ସୂଚନା ଥାଉ ଯେ, ଭାରତରେ ଶିଶୁର ଜନ୍ମ ସମୟରେ ଓ ଶିଶୁ ଜନ୍ମର ୧ ବର୍ଷ ମଧ୍ୟରେ ବି.ସି.ଜି. ଟୀକା ଦିଆଯାଉଛି, ଏବଂ ଏଥିରୁ ସ୍ପଷ୍ଟ ଭାବରେ ଜଣାଯାଏ ଯେ ଏହି ଟୀକା ଶିଶୁମାନଙ୍କୁ ଯକ୍ଷ୍ମାର ଗୁରୁତର ରୂପରୁ ସୁରକ୍ଷା ଦେଉଛି। ବର୍ତ୍ତମାନ ତଥ୍ୟରୁ ଜଣାଯାଇଛି ଯେ ବୟସ୍କ ଲୋକଙ୍କୁ ବି.ସି.ଜି. ଟୀକା ଦେଲେ ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଆହୁରି ଅଧିକ ବଢୁଛି ଏବଂ ଏହା ସେମାନଙ୍କୁ ଆହୁରି ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଯକ୍ଷ୍ମା ରୋଗରୁ ବଞ୍ଚାଇ ପାରିବ। ଏଣୁ ଏହାକୁ ପ୍ରତ୍ୟେକ ଗ୍ରାମ ଠାରୁ ଆରମ୍ଭ କରି ସମଗ୍ର ଜିଲ୍ଲାରେ କିଭଳି ପ୍ରଣୟନ କରି ହେବ ଏବଂ ସେ ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍ ର କର୍ମକର୍ତ୍ତା ସମଗ୍ର ଜିଲ୍ଲାରେ କିଭଳି ପ୍ରଚାର ପ୍ରସାର କରିବେ ସେ ବିଷୟରେ ବିଶଦ ଆଲୋଚନା ହୋଇଥିଲା। ଜିଲ୍ଲାରେ ଏହି ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକାକରଣ ହିଦାଧିକାରୀଙ୍କ ସଂଖ୍ୟା ୪୬୮୬୯୯ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ଜନସାଧାରଣ ଏଥି ନିମନ୍ତେ ପଞ୍ଜିକରଣ କରି ସାରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ପାଇଁ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ସୁଳିଆପଦା ବ୍ଲକ ଅନ୍ତର୍ଗତ କୋଷ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଉଦ୍ଘାଟନ କରିବାକୁ ଥିବା ବେଳେ ସମସ୍ତ ବ୍ଲକରେ ଏହି କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ଦିନ ଉଦ୍ଘାଟନ କରାଯିବ। ଉକ୍ତ ବୈଠକରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ କୁମାର ଦାଶ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଂକୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମକାର୍ତ୍ତା ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ, ବି.ସି.ଜି. ଟୀକା ନିର୍ଦ୍ଧାରିତ ଅଞ୍ଚଳର ଟୀକାକରଣ କେନ୍ଦ୍ରରେ ବିନା ମୂଲ୍ୟରେ ଉପଲବ୍ଧ।ବୟସ୍କ ବି.ସି.ଜି. ଟୀକା ଅଭିଯାନ ସମୟରେ ୩ ମାସ ସମୟ ମଧ୍ୟରେ ଏହି ଟୀକା ଦିଆଯିବ। ଜନସାଧାରଣଙ୍କ ଅଧିକ ସୂଚନା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ବା ସ୍ୱାସ୍ଥ୍ୟ କର୍ମୀ ବା ଆଶା ଦିଦିଙ୍କ ସହିତ ଯୋଗାଯୋଗ କରିବା ଉଚିତ ଅଥବା ଦେୟମୁକ୍ତ ହେଲ୍ପଲାଇନ ନଂ ୧୮୦୦-୧୧-୬୬୬୬ରେ ଯୋଗାଯୋଗ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିବେଦନ କରିଛି । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026