
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଜିଲ୍ଲା ସ୍କୁଲ୍ ଠାରେ ଆରମ୍ଭ ହୋଇଥିବା ୧୪ ଓ ୧୭ ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଜ୍ଜାପିତ ହୋଇଅଛି । ରାଜ୍ଯର ୩୦ ଗୋଟି ଜିଲ୍ଲା ଓ ଭୁବନେଶ୍ୱର କ୍ରୀଡା ହଷ୍ଟେଲ ର ସମୁଦାୟ ୧୪୫୭ ଜଣ କ୍ରୀଡ଼ାବିତ୍ ଏହି ସମାରୋହରେ ଯୋଗଦାନ କରିଥିଲେ । ପ୍ରତିଯୋଗିତା ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିଲା । ଏହାର ଉଦ୍ଜାପନ ଦିବସରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦୀୟମାନ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଜିଲ୍ଲା ଗୁଡ଼ିକୁ ପୁରସ୍କାର ପ୍ରଦାନ କରିଥିଲେ ।
