Home ଓଡ଼ିଶା ପୁରୀ ରେ ରାଜ୍ୟ ସ୍ତରୀୟ ସ୍ୱଛତା ହିଁ ସେବା ମହୋତ୍ସବ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସ୍ୱଛତା ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ବୋଲି କହିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି ଆର ପାଟିଲ । ଆଜି ସତ୍ୟବାଦୀ ବ୍ଲକ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପଡିଆ ଠାରେ ରାଜ୍ୟ ସ୍ତରୀୟ ସ୍ୱଛତା ହିଁ ସେବା ମହୋତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପାଟିଲ ମହାତ୍ମାଗାନ୍ଧୀ ସ୍ୱଛତାକୁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ବୋଲି କହିଥିଲେ । ୨୦୧୪ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଛତା ପାଇଁ ଲାଲକିଲ୍ଲାରୁ ଆହ୍ଵାନ ଦେବା ବେଳେ କେତେକ ଏହାକୁ ଗ୍ରହଣ କରି ପାରି ନ ଥିଲେ । କିନ୍ତୁ ସେ ଏହାକୁ ସେବା ବୋଲି ଅଭିହିତ କରି ସମସ୍ତଙ୍କ ପାଇଁ ସ୍ୱଛତା କେତେ ଜରୁରୀ ତାହା ପ୍ରତିପାଦିତ କରିଛନ୍ତି । ପରିମଳ ପାଇଁ ଲୋକମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେବା ସହ ରୋଗରେ ପଡୁଥିଲେ ଓ ମୃତ୍ୟୁ ବରଣ ମଧ୍ୟ କରୁଥିଲେ।ବର୍ତ୍ତମାନ ପ୍ରତ୍ୟେକ ଙ୍କ ଘରେ ଶୌଚାଳୟ ହେବା ଦ୍ଵାରା ସମସ୍ତେ ବିଶେଷ କରି ମହିଳା ମାନେ ସର୍ବାଧିକ ଉପକୃତ ହେଉଛନ୍ତି।ଆବାସ ଯୋଜନାରେ ୩ କୋଟି ଗୃହ ଯୋଗାଇ ଦିଆଯିବ।ସେଥିରୁ ଗ୍ରାମାଞ୍ଚଳ ପାଇଁ ୨ କୋଟି ଆବାସ ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ। ପ୍ରାରମ୍ଭରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସମସ୍ତଙ୍କୁ ସ୍ୱାଗତ କରିବା ସହ ସ୍ୱଛତା ପାଇଁ ସମସ୍ତେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ।ପ୍ରତି ଘରେ ଶୌଚାଳୟ ସହ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଉଛି।ଆଗାମୀ ୨୦୨୫ ଡିସେମ୍ବର ସୁଦ୍ଧା ସମସ୍ତ ଘରକୁ ଟ୍ୟାପ ପାଣି ଯୋଗାଇ ଦିଆଯିବ। ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ ବୋଲି କହିବା ସହ ଆଗାମୀ ୬ ମାସ ମଧ୍ୟରେ ସର୍ଭେ କରାଯାଇ ୨୦ ଲକ୍ଷ ଗରିବ ଲୋକ ଙ୍କୁ ଆବାସ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ।ଶେଷରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜଳ ଶକ୍ତି ମନ୍ତ୍ରଣାଳୟର ଓଏସଡି ଅଶୋକ କୁମାର ମିନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ ଲୋହାନି ଯୋଗ ଦେଇଥିଲେ।ଏହି ଅବସରରେ ତରଳ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଖୋର୍ଦ୍ଧା ଜିଲ୍ଲା, କଠିନ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ସୁନ୍ଦରଗଡ ଜିଲ୍ଲା, ଗୋଷ୍ଠୀ ସହଭାଗିତା ପାଇଁ ପୁରୀ ଜିଲ୍ଲା ଓ ସାମଗ୍ରିକ ସ୍ୱଛତା ପାଇଁ ନୂଆପଡ଼ା ଜିଲ୍ଲା କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା,ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ।ସେହିପରି ପଞ୍ଚାୟତ ସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁନ୍ଦରଗଡ ଜିଲ୍ଲାର କଚରୁ,ଗଞ୍ଜାମ ଜିଲ୍ଲାର ଚମ୍ପାଖଣ୍ଡି, ନୂଆପଡ଼ା ଜିଲ୍ଲାର ଭାଲେଶ୍ୱର, ଯାଜପୁର ଜିଲ୍ଲାର ସୁଜନପୁର ଓ ପୁରୀ ଜିଲ୍ଲାର ବିଦ୍ୟାଧରପୁର ପଞ୍ଚାୟତ କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସଭା ସ୍ଥଳରେ ପ୍ରସ୍ତୁତ ୧୦ ଗୋଟି ପ୍ରଦର୍ଶନୀ ମଣ୍ଡପ କୁ ଅତିଥି ମାନେ ବୁଲି ଦେଖିବା ସହ ସ୍ୱଛତା ମିତ୍ର ଙ୍କୁ ସୁରକ୍ଷା ପିପିକିଟ୍ ପ୍ରଦାନ କରି ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ପୂର୍ବରୁ ଅତିଥି ମାନେ ସୁଆଣ୍ଡୋ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମ ପୀଠ ପରିଦର୍ଶନ, ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ବିଦ୍ୟାଧରପୁର ପଞ୍ଚାୟତ ର ବିଭିନ୍ନ ପ୍ରକଳ୍ପ ଦେଖିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ବିନୀତ ଭରଦ୍ବାଜ ,ଅତିରିକ୍ତ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂ ରାଠୋର,ଏସ ପି ପିନାକ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ରାକେଶ କୁମାର ପଣ୍ଡା,ମନୀଷା ଷଡ଼ଙ୍ଗୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026