ବାଟମଙ୍ଗଳା ଠାରୁ ପୁରୀ ୫୮କିଲୋମିଟର କି ..? ଜାତୀୟ ରାଜପଥର ଭ୍ରମାତ୍ମକ ମାଇଲ ଖୁଣ୍ଟ

୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଠାରୁ ଭୁବନେଶ୍ୱର ୫୮କିଲୋମିଟର ହୋଇଥିବା ବେଳେ ବାଟମଙ୍ଗଳା ବାଇପାସ ରାସ୍ତାରେ ପୁରୀ ଏଠାରୁ ୫୮କିଲୋମିଟର ବୋଲି ଲେଖା ଥିବା ଏକ ମାଇଲଖୁଣ୍ଟ ଦେଖିବାକୁ ମିଳିଛି । ଏହାକୁ ଦେଖି ପର୍ଯ୍ୟଟକ, ତୀର୍ଥଯାତ୍ରୀ ମାନେ ହତାଶ ହୋଇପଡିଛନ୍ତି । ଏହା ବହୁଦିନ ତଳୁ ଖୁଣ୍ଟ ପୋତାଯାଇଥିଲେ ମଧ୍ୟ ରାଜପଥ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ନାହାଁନ୍ତି ।

ଏ ସମ୍ପର୍କରେ ସଚେତନ ନାଗରିକ ମଞ୍ଚ ର ସଭାପତି ପ୍ରସନ୍ନ କୁମାର ଦାଶ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି । କେଉଁ ପରିସ୍ଥିତିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ଖୁଣ୍ଟ ପୋତିଥିଲେ । ଅଣ ଓଡିଆ ଅଧିକାରୀଙ୍କ ନିର୍ଦ୍ଦେଶରେ ଅଣ ଓଡିଆ ଶ୍ରମିକ ଏହାକୁ ପୋତିଛନ୍ତି କି ବୋଲି ଆଲୋଚିତ ହେଉଛି । ଏହିପରି ଘଟଣା ପୁରୀ- ଭୁବନେଶ୍ଵର ରାସ୍ତାର ଅନ୍ଯ କୌଣସି ଠାରେ ଏପରି ଭୁଲ କିଲୋମିଟର ଲେଖା ଥିବା ଖୁଣ୍ଟକୁ ବଦଳାଇବା ପାଇଁ ଶ୍ରୀ ଦାସ ଦାବି କରିଛନ୍ତି ।

Exit mobile version