୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ରାଜଧାନୀ ଭୁବନେଶ୍ଵରସ୍ଥ ଗୀତ ଗୋବିନ୍ଦ ସଦନଠାରେ “ ଆଶାପ୍ରଦୀପ” ସମ୍ବାଦପତ୍ରର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସମ୍ପାଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ଡ଼. ରବିନାରାୟଣ ବେହେରା ଯୋଗଦେଇଥିବା ସ୍ଥଳେ ଉଦ୍ଘାଟକ ତଥା ବିଶିଷ୍ଟ ଅତିଥି ଭାବରେ ଡ଼. ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ ସମ୍ବାଦପତ୍ରର ଭବିଷ୍ୟତ ଉଜ୍ଜ୍ବଳ ବୋଲି ଦର୍ଶାଇଥିଲେ ।

