ଭାରତ ମାଳା ରାସ୍ତା ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ବିରିଡି ତହସିଲ ଆଗରେ ପ୍ରତିବାଦ ସଭା

୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଏହି ଜିଲ୍ଲା ଅନ୍ତର୍ଗତ ବିରିଡି ବ୍ଲକ ଅଂଚଳ ଦେଇ ପ୍ରସ୍ତାବିତ ଭାରତ ମାଳା ରାସ୍ତା ଯାଉଛି l ଫଳରେ ଏ ଅଂଚଳର ସହ ସହ ଏକର ଜମି ଲୋକଙ୍କ ହାତରୁ ଚାଲି ଯାଉଛି l ଫଳରେ ଲୋକେ ଜମି ହରା ହୋଇଯିବେ l ଜୀବିକା ହରାଇବେ ବାପା ମା ମିଳିବେ ହେଲେ ଜମି ମିଳିବ ନାହିଁ l ରାସ୍ତା ହେବାଦ୍ବାରା ଶିଳ୍ପ ପତି, ଖଣି ମାଲିକ ମାନଙ୍କ ବଡ ବଡ ଗାଡି ଚାଲିବ l ଏହି ଅଂଚଳ ଏକ ତ୍ରିକୋଣ ଭୂମି ଅଞ୍ଚଳ ସଂକୀର୍ଣ୍ଣ ଅଞ୍ଚଳ, ପରିବେଶ ପ୍ରଦୂଷଣ ହେବ ଏଣୁ ଏହି ରାସ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜୋରଦାର ଦାବି ଧରିଛି l

ଆଗରୁ ଭାରତ ମାଳା ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ହୋଇ ବିଫଳ ହେବାରୁ ଗୁରୁବାର ସଂଗ୍ରାମ ସମିତି ପକ୍ଷରୁ l ବିରିଡି ତହସିଲ ଆଗରେ ଏକ ପ୍ରତିବାଦ ସଭା କରାଯାଇଥିଲା l ପ୍ରବଳ ବର୍ଷା ସତ୍ୱେ ଚାଷୀ ମାନେ ସଭା କରି ତହସିଲଦାର ଙ୍କ ଜରିଆରେ ଜଗତସିଂହପୁର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରାଯାଇଛି l

ଏହାର ନେତୃତ୍ୱ ନେଇଥିଲେ ତ୍ରୈଲୋକ୍ୟ ନାଥ ଜେନା, ତାଙ୍କ ସହ ନାରାୟଣ ଭୋଳ,ଗୁରୁଚରଣ ବାରିକ, ପ୍ରକାଶ ବେହେରା, ବିଷ୍ଣୁ ଦଳାଇ, ଅଶୋକ ପରିଜା, କାଳନ୍ଦୀ ଦଳାଇ,ଶୁକଦେବ ସାହୁ, ବନମାଳୀ ଭୋଇ, ଦେବେନ୍ଦ୍ର ବେହେରା, ମନରଞ୍ଜନ ରାଉତ, ବସନ୍ତ ରାଉତ, ନିରଞ୍ଜନ ରାଉତ, ନଟବର ଖଟାଇ, ଗୁରୁଚରଣ ବାରିକ, ଦେବାଶିଷ ରାୟ, ବିକାଶ ବେହେରା, ଅକ୍ଷୟ ଖଟାଇ ନାରାୟଣ ବେହେରା ପ୍ରମୁଖ ବହୁ ଚାଷୀ ଯୋଗଦେଇ ପ୍ରତିବାଦ କରିଥିଲେ l ଓ ଦାବି ପତ୍ର ଦେଇଥିଲେ l

Exit mobile version