୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ଅଗ୍ରଣୀ ଏରିଏଲ୍ ମୋବିଲିଟି ମାନୁଫ୍ୟାକ୍ଚରିଂ ଫାର୍ମ ତଥା ଓଡ଼ିଶାର ବନ୍ଭି ଏରୋ ହାଇ-ଅଲ୍ଟିଚ୍ୟୁଡ ଅନ୍ମ୍ୟାନ୍ଡ ଏରିଏଲ୍ ଭେଇକିଲ୍ସ (ୟୁଏଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରି ଇଂଟରନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସ୍ରେ ପ୍ରବେଶ କରିଛି । ଭାରତୀୟ ସେନାରେ ହେଭି-ଲିଫ୍ଟ ୟୁଏଭିଗୁଡିକର ଏକ ପ୍ରମୁଖ ଯୋଗାଣକାରୀ ଭାବେ ଏହି କମ୍ପାନୀ ୩୦କେଜିର ପେଲୋଡ଼ ପରିବହନ କରି ୧୯,୦୨୪ ଫୁଟ୍ର ଏକ ଅଲ୍ଟିଚ୍ୟୁଡରେ ଏକ ହୋଭର ଫ୍ଲାଇଟ୍ ପରୀକ୍ଷଣ ସମ୍ପୂର୍ଣ୍ଣ କରିଛି । ଯାହାକି ହାଇ-ଅଲ୍ଟିଚ୍ୟୁଡ ସେଟିଙ୍ଗ୍ରେ ୟୁଏଭି ପରିଚାଳନା ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଏହି ପରୀକ୍ଷଣକୁ ଲଦାଖର ଉମ୍ଲିଙ୍ଗ ଲା ପାସ୍ଠାରେ ସଫଳତାର ସହ ପରିଚାଳନା କରାଯାଇଛି, ଯାହାକି ବିଶ୍ୱର ସର୍ବୋଚ୍ଚ ମୋଟୋରେବୁଲ ମାଉଂଟେନ ପାସ୍ ଭାବେ ପରିଚିତ ଅଟେ ।
