୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ଗ୍ରାମର ୮୦ ବର୍ଷିଆ ବୃଦ୍ଧା ପଥୁରୀ ଦେହୁରି ନିଜ ଘରଠାରୁ ୨ କି.ମି. ଦୂର ପଂଚାୟତ କାର୍ଯ୍ୟାଳୟକୁ ଗୁରୁଣ୍ଡି ଗୁରୁଣ୍ଡି ବାର୍ଦ୍ଧକ୍ୟ ଭତା ନେବାପାଇଁ ଆସିବା ଘଟଣା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ପ୍ରଶାସନକୁ ନିନ୍ଦା କରିବା ସହ କହିଛନ୍ତି ଯେ ଅର୍କମଣ୍ୟ ଏବଂ ଅତିଶୟ ବୃଦ୍ଧ ବ୍ୟଙ୍କିଙ୍କୁ ତାଙ୍କ ଘରେ ବାର୍ଦ୍ଧକ୍ୟଭତା ଅର୍ଥରାଶୀ ପ୍ରଦାନ କରିବା ପାଇଁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ସ୍ଥାନୀୟ ପ୍ରଶାସନ ମାନୁନାହାନ୍ତି । ଅର୍କମଣ୍ୟଙ୍କୁ ପଂଚାୟତ କାର୍ଯ୍ୟାଳୟ ଆସି ଭତା ନେବାକୁ ବାଧ୍ୟ କରାଯାଉଛି । ଏହି ଘଟଣା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଜିଲ୍ଲାରେ ଘଟିବା ଦୁର୍ଭାଗ୍ୟଜନକ ।
ଶ୍ରୀ ଜେନା କହିଛନ୍ତି ଯେ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଏକ ବିତଶାଳୀ ଜିଲ୍ଲା ହୋଇପାରେ ମାତ୍ର ଏହାର ଅଧିବାସୀମାନେ ଦୁର୍ଦ୍ଦଶା ଓ ଦୁଃଖରେ କାଳତିପାତ କରୁଛନ୍ତି । ରାଜ୍ୟ ରାଜକୋଷକୁ କେନ୍ଦୁଝର ଜିଲ୍ଲାର ଅବଦାନ ସର୍ବାଧିକ । କେନ୍ଦୁଝର ଜିଲ୍ଲାର ମାଟି, ପାଣି, ପବନ ସବକିଛି ଖଣି ଖନନ ପାଇଁ ପ୍ରଭାବିତ ଏବଂ ଦୂଷିତ । ଖଣି ଖନନ ଯୋଗୁଁ କେନ୍ଦୁଝର ଅଧିବାସୀ ବିଭିନ୍ନ ମାରାତ୍ମକ ରୋଗରେ ପୀଡ଼ିତ । ଏହି ଜିଲ୍ଳାର ୧୩ଟି ବ୍ଲକର ୮୯ ଟି ପଂଚାୟତ ସିଧାସଳଖ ଖଣିଦ୍ୱାରା ପ୍ରଭାବିତ । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଏହି ଜିଲ୍ଳାରେ ଡିଏମଏଫ ଫଣ୍ଡ ୮୮୪୦ କୋଟିରୁ ଅଧିକ ଅର୍ଥ ସଂଗ୍ରହ ହୋଇପାରିଛି । କେନ୍ଦୁଝର ଜିଲ୍ଲାର ସମୁଦାୟ ୧୮ଲକ୍ଷ ଜନସଂଖ୍ୟାରୁ ୮ଲକ୍ଷ ଆଦିବାସୀ ବର୍ଗର । ନୀତି ଆୟୋଗକଙ୍କ ରିପୋର୍ଟ ଅନୁଯାୟି କେନ୍ଦୁଝର ୪୧.୭୮ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । କେନ୍ଦୁଝର ୮୦ ପ୍ରତିଶତ ପରିବାର ରାସନ ଚାଉଳ ଉପରେ ନିର୍ଭରଶୀଳ । ଏବେ ପୁଣି ୧୦ ହଜାର ପରିବାର ନୂଆ ରାସନକାର୍ଡ଼ ପାଇଁ ଆବେଦନ କରିଛନ୍ତି ।
ଡିଏମଏଫ ପାଣ୍ଠିରୁ ଏହି ଜିଲ୍ଲାରେ ଉନ୍ନୟନ ପାଇଁ ବର୍ଷକୁ ୫୦୦ କୋଟି ଖର୍ଚ୍ଚ କରାଯାଉଛି । ଗତ ୯ ବର୍ଷରେ ୪୮୮୩ କୋଟି ଟଙ୍କା ଏହି ଜିଲ୍ଲାରେ କାହା ସ୍ୱାର୍ଥରେ ବିନିଯୋଗ ହୋଇଛି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି । କେନ୍ଦୁଝର ଙଗଈଇଊଉ (ଙୟସଗ୍ଦଷବ ଗସଦ୍ଭବକ୍ସବକ୍ଷ ଇକ୍ସରବଗ୍ଦ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ) ରୁ ୧୬୦୦ କୋଟି ଟଙ୍କା ଧାର ନେଇ ଅନ୍ୟ କେଉଁଠାରେ ଖର୍ଚ୍ଚ ହୋଇଛି ତାହା ଜିଲ୍ଲାବାସୀ ଜାଣିବା ଦରକାର । ସରକାର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଅନୁଦାନ ଦେଉଛନ୍ତି ମାତ୍ର କେନ୍ଦୁଝର ଜିଲ୍ଲାକୁ ଦେଲେ ନାହିଁ । କେନ୍ଦୁଝର ଡିଏମଏଫ ଫଣ୍ଡରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ କେନ୍ଦୁଝରରେ ମେଡିକାଲ କଲେଜ କରାଯାଇଛି । 
