ମିଶନ ଶକ୍ତି କର୍ମୀ ସଂଘ  ତାରଫରୁ ବିଭାଗ୍ୟ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ୱାରକ୍ ପତ୍ର ପ୍ରଦାନ

୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼  :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଥିବା ମିଶନ ଶକ୍ତି ମାଧ୍ୟମରେ ବ୍ଲକ ର ୨୧ ଗୋଟି ପଞ୍ଚାୟତରେ ତୃଣ ମୂଲ ସ୍ତରରେ କାର୍ଯ୍ୟ କରୁଥିବା ଏମ୍ ବୀ କେ, ସି ଆର ପି, ବ୍ୟାଙ୍କ୍ ମିତ୍ର କୃଷି ମିତ୍ର, ପ୍ରାଣୀ ମିତ୍ର, ଉକ୍ତ ପାଞ୍ଚ ଗୋଟି କ୍ୟାଡ଼ର କମୁନିଟି ଷ୍ଟାପ ଙ୍କ ଦୀର୍ଘ୍ ବର୍ଷ ହବ ସରକାରଙ୍କର ସମସ୍ତ ଯୋଜନା ତୃଣମୂଳ ସ୍ତରରୁ ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ କରି ଆସୁଥିବା ସତ୍ପେ  l 

ଛଅ ମାସ ହବ ପାରିଶ୍ରାମିକ ଦିଆଯାଉନଥିବା ବିଷୟ ଅନେକ ଥର ମିଶନ ସକ୍ତି ର ଅଧିକାରିଙ୍କୁ ଜଣାଇଥିଲେ ମଧ୍ୟ  ଆଜି ପର୍ଯ୍ୟନ୍ତ ପାରିଶ୍ରାମିକ  ଅର୍ଥ ଦିଆଯାଉ ନାହିଁ ତେଣୁ ଉକ୍ତ ବିଷୟର ସମାଧାନ ହେଉନଥିବାରୁ ୨୫/୦୯/୨୦୨୪ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କାରିବୁ ବୋଲି ଏକ ସ୍ଵାରକ୍ ପତ୍ର ସ୍ଥାନୀୟ  ବି  ଡି ଓ ଙ୍କୁ ପ୍ରଦାନ କରିଛନ୍ତି l

ଉକ୍ତ ବିଷୟରେ ବି ପି ଏମ୍ CH ତ୍ରିପତି ଙ୍କୁ ପଚାରିବାରୁ ପ୍ରତି ବର୍ଷ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦିଆଯାଉଛି ସେହିପରି ଚଳିତ ବର୍ଷ ଫେବୃଆରୀ ମାସରେ ପଠାଇ ଦିଆଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ ବୋଲି କହିଥିଲେ l 

Exit mobile version