ନୂଆପଡା ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ସମ୍ମଳିନୀ
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁୁବନେଶ୍ୱର :-> ଶଙ୍ଖ ଭବନରେ ଆୟୋଜିତ ନୂଆପଡା ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି । ଏହି ସଭାରେ ଜିଲ୍ଲା ସଭାପତି ନରହରି ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ସାଂସଦ ପ୍ରାର୍ଥୀ ଲମ୍ବୋଦର ନିହାଲ, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ ପ୍ରମୁଖ ଯୋଗ ଦେଇ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ନୂଆପଡା ନେତୃମଣ୍ଡଳୀ ତାଙ୍କ ଅଭିଭାଷଣରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ସାର୍ ଆମ ଜିଲ୍ଲାର ସମସ୍ତ ବିକାଶ ମୂଳକ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଆମ ଜିଲ୍ଲାର ବିକାଶ ପାଇଁ ଆମେ ଯାହା ମାଗିଛୁ, ଆପଣ ଅଜାଡି ଦେଇଛନ୍ତି । ଏବେ ସମୟ ଆସିଛି ଆପଣଙ୍କୁ ଫେରାଇବାର । ଆମେ ସମସ୍ତ ନେତୃବୃନ୍ଦ ପ୍ରତିଶ୍ରୁତି ଦେଉଛୁ, ଆପଣଙ୍କୁ ୧୪ରୁ ୧୪ ଜିଲ୍ଲା ପରିଷଦ ଓ ୫ଟି ବ୍ଲକର ଚେୟାରମ୍ୟାନ ଜିତାଇ ଆପଣଙ୍କ ପାଖରେ ପହଞ୍ଚାଇବୁ । ଏହି ସଭାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଲେ, ଆପଣମାନେ ବହୁ ପରିଶ୍ରମ କରି ଦୁଇ ଜଣ ବିଧାୟକ ଜିତାଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଏଭଳି ପରିଶ୍ରମ କରି ଦଳକୁ ଜିତାଇବାକୁ ପାଇଁ ଅନୁରୋଧ କରୁଛି । ଆମ ସରକାର ସମୟରେ ନୂଆପଡା ଜିଲ୍ଲାରେ ବହୁତ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି ।
