କୁମାର କବି ଥିଲେ ଭାବ,ଭାଷା ଓ ଭକ୍ତି ର କବି/କୁମାର କବି ଙ୍କ ସମ୍ମାନରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେଉ କୁମାର କବି ଚେୟାର/ଭାଷା ହେଉଛି ଗୋଟିଏ ରାଷ୍ଟ୍ରର ଜନନୀ, ଜାତିର ପରିଚୟ, ଭାଷାର ବ୍ୟବହାର ନହେଲେ ଭାଷା ମରିଯାଏ।*ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ କୁମାର କବି ଶ୍ରଦ୍ଧାଞ୍ଜଳି ସମାରୋହ ପାଳିତ ସାହିତ୍ୟ ଏକାଡେମୀ କୁମାର କବି ଗ୍ରନ୍ଥାବଳୀ ପ୍ରକାଶ କରୁ
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ, ବିଶିଷ୍ଟ କବି,ଲେଖକ, ପ୍ରାବନ୍ଧିକ, ସାହିତ୍ୟିକ, ସ୍ତମ୍ଭକାର , ପ୍ରଚଣ୍ଡ ପ୍ରବକ୍ତା, ଅନନ୍ୟ ବାଗ୍ମୀ ପୁରୁଷ,ଯୋଗଜନ୍ମା ସାରସ୍ଵତ ସାଧକ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ,୧୮ ଖଣ୍ଡ କାଳଜୟୀ ପୁସ୍ତକର ରଚୟିତା ଏବଂ ଆଶୁ କବି ଓ ଆର୍ଶ କବି କୁମାର କବି ଅରକ୍ଷିତ ପ୍ରଧାନ ଙ୍କ ସ୍ମୃତିରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କୁମାର କବି ଫାଉଣ୍ଡେସନ ଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ଜିଲ୍ଲା ସଂସ୍କୃତି ଭବନ ସଭାକକ୍ଷରେ ସେପ୍ଟେମ୍ୱର ୨୫ ତାରିଖ ସକାଳ ୧୧ ଘଣ୍ଟା ସମୟରେ ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ କୁମାର କବି ଶ୍ରଦ୍ଧାଞ୍ଜଳି ସମାରୋହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସମାରୋହକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ଵତୀ। ପ୍ରାରମ୍ଭରେ ବିଶିଷ୍ଟ କବି ଓ ନାଟ୍ୟକାର ଡକ୍ଟର ହରିହର ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ଛୋଟରାୟ ଏବଂ ଫାଉଣ୍ଡେସନର ସଭାପତି ବସନ୍ତ କୁମାର ମିଶ୍ରଙ୍କ ଏକମାତ୍ର ପୁତ୍ର ଇଞ୍ଜିନିୟର ଅମରଦୀପ ମିଶ୍ରଙ୍କ ବିୟୋଗରେ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
