Home ଓଡ଼ିଶା ସମ୍ବର୍ଦ୍ଧନା ଓ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ବିଶ୍ଵ ଫାର୍ମାସିଷ୍ଟ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଆଇ. ଏମ. ଟି ଫାର୍ମାସି କଲେଜ, ଗୋପାଳପୁର, ପୁରୀ ୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଗୋପାଳପୁର ସ୍ଥିତ ଆଇ. ଏମ. ଟି ଫାର୍ମାସି କଲେଜ ରେ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଫାର୍ମାସିଷ୍ଟ ଦିବସ ପାଳିତ ହୋଇ ଯାଇଛି । ଦିବା ୧୧ ଘଟିକା ସମୟରେ କଲେଜ ପ୍ରେକ୍ଷାଳୟରେ ଆୟୋଜିତ ସଭାରେ ପୁରୀର ପାଞ୍ଚ ଜଣ ଅବସର ପ୍ରାପ୍ତ ଫାର୍ମସିଷ୍ଟ ଶ୍ରୀ ବାନାମ୍ବର ମନ୍ତ୍ରୀ, ଶ୍ରୀ କେ. ଜଗନ୍ନାଥ ଶୁବୁଦ୍ଧି, ଶ୍ରୀ ରାମକୃଷ୍ଣ ସାହୁ , ଶ୍ରୀ ପବିତ୍ର ମୋହନ ସାମଲ , ଶ୍ରୀ ପ୍ରଦୀପ୍ତ କୁମାର ପ୍ରଧାନଙ୍କୁ ମାନପତ୍ର ଦ୍ଵାରା ସମ୍ବର୍ଦ୍ଧିତ କରଯାଇଥିଲା । ସେମାନେ ନିଜ ନିଜର ଅଭିଜ୍ଞତା ଛାତ୍ର ଛାତ୍ରୀ ମାନଙ୍କୁ କହି ଉତ୍ସାହିତ କରିଥିଲେ । ଅଧକ୍ଷ୍ୟ ଡ. ଅଗ୍ନିମିତ୍ର ଦୀଣ୍ଡା ସ୍ଵାଗତ ଭାଷଣ ପ୍ରଧାନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ମନୋଜ ରଥ ନିଜ ବକ୍ତବ୍ୟରେ ରୋଗୀ ସେବାରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କର ଭୂମିକା ଅତୁଳନୀୟ ଓ ଗ୍ରାମାଞ୍ଚଳରେ ଫାର୍ମାସିଷ୍ଟ ମାନେ ହିଁ ରୋଗୀ ସେବାର ମୂଳ ଆଧାର ବୋଲି କହିଥିଲେ । ଇତ୍ୟବସରରେ ବକ୍ତୃତା ଓ ସ୍ଲୋଗାନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ଅର୍ଥରାଶି ମାଧ୍ୟମରେ ପୃରସ୍କୃତ କରଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ଉପଧାକ୍ଷ ଦେବାଶିଷ ମିଶ୍ର । ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ରାଜଲକ୍ଷ୍ମୀ ସ୍ଵାଇଁ, ବିଷ୍ଣୁପ୍ରିୟା ଜୋତିଷ । ସଭା ଶେଷହେବା ପରେ ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନେ ପ୍ରଚାରପତ୍ର ଧରି ଶୋଭାଯାତ୍ରା ମାଧ୍ୟମରେ ଗୋପାଳପୁର ଗ୍ରାମ ପରିକ୍ରମା କରି ଔଷଧ ସେବନ ଓ ଫାର୍ମାସିଷ୍ଟ ମାନଙ୍କର ଭୂମିକା ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଦେବାଶୀସ ଦାସ, ଦେବଦତ୍ତ ସାହୁ, ପାର୍ଥ ସାରଥି ପାତ୍ର, ସ୍ନେହାଶିଷ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026