ମିଶନଶକ୍ତି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡ଼ଗାଁ  :->  ଓଡ଼ଗାଁ ମିଶନଶକ୍ତି କର୍ମଚାରୀ ୬ମାସ ଧରି ପାରିଶ୍ରମିକ ନପାଇବା ନେଇ ଆଜି ଏକ ଦାବିପତ୍ର ଓଡ଼ଗାଁ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି । ତୃଣମୂଳ ସ୍ତରରେ କର୍ମଚାରୀମାନେ ମହିଳାଙ୍କ ସୁବିଧା ଅସୁବିଧା ବୁଝିବା ସହିତ କିପରି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ପଞ୍ଚାୟତରେ ଏମ୍ ବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷିମିତ୍ର, ପ୍ରାଣୀମିତ୍ର, ଏଲଏସପିଙ୍କୁ ନିଯୁକ୍ତି ଦିଆଯାଇଛି ।

କିନ୍ତୁ ଦିର୍ଘ ୬ମାସ ଧରି ଏହି କର୍ମୀମାନଙ୍କୁ ପାରିଶ୍ରମିକ ନ ମିଳିବା ଯୋଗୁ ସେମାନଙ୍କ ପରିବାର ଗୁଞ୍ଜୁରାଣ ମେଣ୍ଟାଇବାରେ ବାଧା ଉପୁଜିଛି। ଆଜି ଓଡ଼ଗାଁ ବ୍ଲକ୍ ର ମିଶନଶକ୍ତି କର୍ମୀମାନେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ଭେଟି ତୁରନ୍ତ ପାରିଶ୍ରମିକ ପ୍ରଦାନ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏନେଇ ମିଶନ ଶକ୍ତି ସଂଘ ସଭାପତି ଜ୍ୟୋତିର୍ମୟି ଦାଶ ଓ ସେକ୍ରେଟାରୀ ମଞ୍ଜୁଲତା ମହାନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ, ନୟାଗଡ଼ ଜିଲ୍ଲାପାଳ, ରାଜ୍ୟ ମିଶନଶକ୍ତି ସେକ୍ରେଟାରୀ, ବିଭାଗୀୟ ମନ୍ତ୍ରୀ ଏବଂ ରାଜ୍ୟ ମିଶନଶକ୍ତି ମହାସଂଘ ସଭାନେତ୍ରୀ ଓ ସଂପାଦିକାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Exit mobile version