୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ପ୍ରାକୃତିକ କୃଷି କୁ କନ୍ଧମାଳ ଜିଲ୍ଲା ସ୍ତରରେ ଆଗେଇନବା ପାଇଁ ପ୍ରାକୃତିକ କୃଷି ଜାତିୟ ସଂଘ ର ମୁଖ୍ୟ ପ୍ରମେଲ ଗୁପ୍ତା ଙ୍କ ଦ୍ୱାରା ରାଇକିଆ ଠାରେ କନ୍ଧମାଳ ଚାପ୍ଟର ଶୁଭ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେ କୃଷି କୁ ଗ୍ରାମ ସ୍ଥରରେ ଆଗେଇ ନେଉଥିବା ଅନୁଷ୍ଠାନ ଓ ଚାଷି ସଂଘ ମାନେ ଯୋଗଦେଇଥିଲେ । ସେହି ମଧ୍ୟରୁ ଜାଗୃତି, ଶାନ୍ତି ମୈତ୍ରୀ, ହରସା ଟ୍ରଷ୍ଟ, ରାଇକିଆ ଚାଷି ସଂଘ ଓ ସ୍ୱାତୀ ନିଜ ନିଜର ପ୍ରାକୃତିକ କୃଷି ଅଭିଜ୍ଞତା ପ୍ରକାଶ କରିଥିଲେ । ଏହି ସଭାରେ ପ୍ରାକୃତିକ କୃଷି ରାଜ୍ୟ ଆବାହକ ଏକାଦଶି ନନ୍ଦି ପ୍ରାକୃତିକ କୃଷି ଓ ସ୍ୱାସ୍ଥ୍ୟ ବିଷୟ ରେ ଜିଲ୍ଲାର ବିଭିନ୍ନ ଫସଲ ଉପରେ ନିଜ ଅନୁଭୁତି ରଖିଥିଲେ ।
