Home ଓଡ଼ିଶା ବ୍ୟାଙ୍କ ଅଫ ବରୋଦାର ନୂତନ ଶାଖା ରାଜ ରାଜସୁନାଖଳା ରେ ଉଦଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପ୍ରଥମ ଦିନରେ 100 ରୁ ଉର୍ଦ୍ଧ ଆକାଉଣ୍ଟ ଖୋଲା ହେଲା ୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ନୟାଗଡ ଜିଲ୍ଲା ରାଜ ସୁନାଖଳା ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ ଅଟେ, ଏଠାରେ ପ୍ରାୟ ଶହେରୁ ଉର୍ଦ୍ଧ ଗ୍ରାମ ଉଭୟ ଖୋର୍ଦ୍ଧା ଓ଼ ନୟାଗଡ ଜିଲ୍ଲା ର ଏକ ଲକ୍ଷରୁ ଉର୍ଦ୍ଧ ଜନ ସାଧାରଣ ନିର୍ଭର କରି ଥାନ୍ତି, ତିନୋଟି ପେଟ୍ରୋଲ ପମ୍ପ, ଦୁଇଟି କଲେଜ, ଚାରି ଚାରିଟି ହାଇ ସ୍କୁଲ, ରେଳ ଷ୍ଟେସନ, ତିନୋଟି ରାଷ୍ଟ୍ରୟତ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ), କୋ ଅପରେଟିଭ ବ୍ୟାଙ୍କ ଥିବା ବେଳେ, ଆଜି ବ୍ୟଙ୍କିଙ୍ଗ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ ଯୋଡି ଦେଇଛି ବ୍ୟାଙ୍କ ଅଫ ବରୋଦା ରାଜ ସୁନାଖଳା ଶାଖା, କୁମ୍ଭାରୀ ଛକରୁ ବାଂକୋଇ ଆଡକୁ ପ୍ରାୟ ପଚାଶ ରୁ ଶହେ ମିଟର ଦୂରରେ ବ୍ୟାଙ୍କ ଅଫ ବରୋଦାକୁ ଭୁବନେଶ୍ୱର ଆଞ୍ଚଳିକ ଜୋନାଲ ପରିଚlଳକ ସ୍ୱପ୍ନା ବନ୍ଦୋପାଧ୍ୟାୟ ଯୋଗଦେଇ ରିବନ ଫିତାକାଟି ଏହାକୁ ଶୁଭା ଉଦଘାଟନ କରି ଅଂଚଳ ବାସୀଙ୍କ ଉଦ୍ୟେଶ ରେ ଲୋକାର୍ପଣ କରି ଛନ୍ତି ! ରିବନ କଟା ହେବା ପୂର୍ବରୁ ହିନ୍ଦୁ ରୀତି ନୀତି ଅନୁସାରେ ଏକ ସାଧାରଣ ହୋମ ଯଜ୍ଞ ବ୍ୟାଙ୍କ ଶାଖା ପ୍ରବନ୍ଧକ ଦୀପକ କୁମାର ବେହେରା କରାଇଥିଲେ ! ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଞ୍ଚଳିକ ପରିଚାଳକ ଭି ଏମ ଏନ ଏସ ସାଇ ବାବୁ ଓ ଉପ ଆଞ୍ଚଳିକ ପରିଚାଳକ ରାଜୀବ ସିହ୍ନl ପ୍ରମୁଖ ଉପସ୍ଥିତ ରହି ନିମନ୍ତ୍ରିତ ଜନସାଧାରଣ ମାନଙ୍କୁ ବରୋଦା ବ୍ୟାଙ୍କରେ ଉପଲବ୍ଧ ସୁବିଧା ବିଷୟରେ ଆଲୋକପାତ କରିଥିଲେ ! ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାଜସୁନାଖଳା ଦୁର୍ଗା ବଜାର ବ୍ୟବସାୟୀ ସତ୍ୟଭାମା କ୍ଲଥ ଷ୍ଟୋର ଶିଶିର କୁମାର ସାହୁ, ବଡ଼ କୁମାରୀ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବାଙ୍କୋଇ ୨୬ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ,ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ତ୍ରିନାଥ ରାଉତଙ୍କ ସମେତ ବିଭିନ୍ନ ଗ୍ରାମରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ,ରାଜସୁନାଖଳା ତ୍ରିନାଥ ବଜାର ବଣିକ ସଂଘର ସଦସ୍ୟମାନେ ଓ ବହୁ ଜନ ସାଧାରଣମାନେ ଯୋଗ ଦେଇଥିଲେ ! ଏହି ବ୍ୟାଙ୍କରେ କୃଷକ, ବ୍ୟବସାୟୀ ଓ ଜନ ସାଧାରଣମାନେ ବ୍ୟାଙ୍କ ଅଫ ବରୋଦା ରାଜସୁନାଖଳା ଶାଖାରେ ଉପଲ୍ଲବ୍ଧ ବ୍ୟବସାୟୀ ଋଣ,ନଗଦ ଉଠାଣ, ସ୍ଵର୍ଣ ଋଣ ଓ କୃଷି ଋଣ ସରଳି କରଣରେ ଯୋଗାଇ ଦେଉଥିବାରୁ ସ୍ଥାନୀୟ ଅଂଚଳ ବ୍ୟବସାୟୀ, ଶିକ୍ଷାବିତ ଓ ସମାଜସେବୀମାନେ ବ୍ୟାଙ୍କ ଅଫ ବରୋଦା ଉଚ୍ଚ ପ୍ରଶଂସା କରିଅଛନ୍ତି !ବ୍ୟାଙ୍କ ମ୍ୟାନେଜେର ଦୀପକ କୁମାର ବେହେରା ତତ୍ୱାବଧାନରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ଥିଲା ! ସମସ୍ଥ ଉପସ୍ଥିତ ଜନତାଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯଇଥିଲା ! ବ୍ୟାଙ୍କ ଅଫ ବରୋଦା ସବୁ ବ୍ୟାଙ୍କ ଭଳି ସୁନା ଋଣ, କୃଷି ଋଣ, ମହିଳା ଗ୍ରୁପ ଋଣ, ପ୍ରଧାନ ମନ୍ତ୍ରି ରୋଜଗାର ଯୋଜନା ରେ ଋଣ, ବ୍ୟବସାୟିକ ଋଣ, କାର ଋଣ, ବାଇକ ଋଣ ଆଦି ଯୋଗ୍ୟତା ଭିତିରେ ଯୋଗାଇ ଦେବାକୁ ସୂଚନା ଉପରୁସ୍ଥ କର୍ମଚାରୀ ମାନେ ସୂଚନା ପ୍ରଦାନ କରିଛନ୍ତି !ଆଜିର ଉଦ୍ଘାଟନୀ ଦିବସରେ ପ୍ରାୟ ଶହେରୁ ଉର୍ଦ୍ଧ ବ୍ୟକ୍ତି ନୂଆ ଆକାଉଣ୍ଟ ଖୋଲିବାକୁ ଆସିଥିବା ବେଳେ 100 ରୁ ଉର୍ଦ୍ଧ ଆକାଉଣ୍ଟ ଖୋଲା ଯାଇଥିବା ସୂଚନା ମିଳିଛି ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026