Home ଓଡ଼ିଶା ବଜ୍ର ଆଘାତରେ ଚାଷୀ ଚିତ୍ରସେନ ରାଉତ ଙ୍କ ମୃତ୍ୟୁ : ଗୋପ ଅଞ୍ଚଳରେ ଶୋକର ଛାୟା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଏ ସମ୍ପର୍କରେ ସୂଚନା ଅଧିକାରୀ କର୍ମୀ ସନ୍ତୋଷ ନାୟକ : ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କୁ ଏକ୍ସ ମାଧ୍ୟମରେ ଅବଗତ କରାଇଛନ୍ତି । ୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ବ୍ଲକ ଅଣ୍ଡରାଇଛାପୂର୍ ପଞ୍ଚାୟତ ର ବଡ଼ ମଠ ସାହି ଗ୍ରାମର ଚିତ୍ରସେନ ରାଉତ (୪୫) ଗାଈ ପାଇଁ ଘାସ ଆଣିବାକୁ ଯାଇଥିଲେ । ଘାସ କାଟି ଆଣି ଫେରୁଥିବା ବେଳେ ବୁଧବାର ଦିନ ସକାଳ ୯ ଟା ୩୦ ମିନିଟ ସମୟରେ କଳା ମେଘ ଘୋଟେଇ ଆସି ହଠାତ୍ ଏକ ବଡ଼ ଘଡଘଡି ମାରିଥିଲା । ଯାହା ଫଳରେ ଚିତ୍ରସେନ ରାଉତ ସେହି ବଜ୍ରାଘାତ ଆଘାତରେସେଠାରେ ଟଳି ପଡ଼ିଥିଲେ । ସେହି ନିକଟରେ ଅନ୍ୟ ବିଲରେ କାମ କରୁଥିବା ଲୋକ ଦେଖି ଘଟଣା ସ୍ଥଳରେ ପହଞ୍ଚି ଚିତ୍ରସେନ ରାଉତ କୁ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଚିତ୍ରସେନ ରାଉତ ଙ୍କ ଘରେ ସ୍ତ୍ରୀ ସହ କଲେଜରେ ପଢୁଥିବା ଗୋଟିଏ ପୁଅ ଏବଂ ସ୍କୁଲରେ ପଢୁଥିବାଗୋଟିଏ ଝିଅ କୁ ନେଇ ପରିବାର ଚଳି ଆସୁଥିଲା । ଚିତ୍ରସେନ ରାଉତ ଚାଷ କରି ପରିବାର ପୋଷଣ କରୁଥିଲେ । ତାଙ୍କର ଏପରି ଅବସ୍ଥା ଖବର ଶୁଣି ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟନାୟକ ଗୋପ ମେଡିକାଲ ରେ ପହଞ୍ଚି ଚିତ୍ରସେନ ରାଉତ ଙ୍କୁ ଶେଷ ଦର୍ଶନ କରିବା ସହିତ ପରିବାର କୁ ସାନ୍ତ୍ୱନା ଦେବା ସହ ସାହାଯ୍ୟ ସହଯୋଗ କରିଥିଲେ । ଗୋପ ପୋଲିସ ଏହି ଖବର ଶୁଣି ଅପମୃତ୍ୟୁ ମାମଲା ୨୬/୨୦୨୪ ରେ ରୁଜୁ କରି ଶବ କୁ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଶବବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲେ । ଚିତ୍ରସେନ ରାଉତ ବିୟୋଗ ରେ ପରିବାର ସହିତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଏ ସମ୍ପର୍କରେ ସୂଚନା ଅଧିକାରୀ କର୍ମୀ ସନ୍ତୋଷ ନାୟକ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କୁ ଏକ୍ସ ମାଧ୍ୟମରେ ଅବଗତ କରାଇଛନ୍ତି । ଚିତ୍ରସେନ ପରିବାରର ଏକ ମାତ୍ର ରୋଜଗାରକ୍ଷମ ଥିବାରୁ ତାଙ୍କ ପରିବାରର ଭରଣପୋଷଣ ତଥା ପୁଅ ଝିଅ ଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବା ପାଇଁ ପଞ୍ଚାୟତ ବାସୀ ସରକାର ଙ୍କ ନିକଟରେ ଦାବି କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026