୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ଅଧିନସ୍ଥ ରଣପୁର ଶାଖା ବୈଠକ ରଣପୁର କ୍ଷୁଦ୍ର ଜଳସେଚନ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା। ରଣପୁର ଶାଖାକୁ ସକ୍ରିୟ କରିବା, ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯିବା ଉପରେ ଆଲୋଚନା ହୋଇଥିଲା।

