୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଖେଲାର ଓଡ଼ିଶା ଗ୍ରାମବ୍ୟାଙ୍କ ରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଶୁଭଦ୍ରା ଯୋଜନାରେ ଆସିଥିବା ଟଙ୍କା କୁ ଚେକ୍ କରିବା ହେଉ କିମ୍ବା ଆଧାର ସଂଯୋଗ ହେଉ ଓଡିଶା ଗ୍ରାମ ବ୍ୟାଙ୍କ ରେ ଲାଗିଥିଲା ଭିଡ଼। ଆଧାର ସଂଯୋଗ କରିବା ନିମନ୍ତେ ଆଧାର ଫର୍ମ ପୂରଣ ନିମନ୍ତେ ଗ୍ରାହକ ଏବଂ ବ୍ୟାଙ୍କ୍ କର୍ମଚାରୀ ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଗ୍ରାହକ ଜଣକ କହିଥିଲେ କ’ଣ ପାଇଁ ମୋ ଫର୍ମ ପୂରଣ କରୁନ ମୁଁ ମୁରୁଖ ଲୋକ ବ୍ୟାଙ୍କ୍ କର୍ମଚାରୀ ଜଣଙ୍କ କହିଥିଲେ ମୋ ପାଖରେ ପେନ୍ ନାହିଁ ଆପଣ ବାହାରକୁ ଯାଇ ଫର୍ମ ପୂରଣ କରିକି ଆସନ୍ତୁ ଏତିକି କଥାରେ ଗ୍ରାହକ ଜଣଙ୍କର ସ୍ଵାମୀ ହୋହାଲ୍ଲା କରିଥିଲେ.

