ନିମାପଡ଼ାରେ ନୂତନ ବିଡ଼ିଓ ଭାବେ ଦାୟିତ୍ବ ଭାର ନେଲେ ଡଃ ଅଭିଜିତ୍ ଷଡଙ୍ଗୀ

୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା  :->  ନିମାପଡ଼ା ବ୍ଲକରେ ନୂତନ ବିଡ଼ିଓ ଭାବେ ଦାୟିତ୍ବ ଭାର ନେଲେ ଡଃ ଅଭିଜିତ୍ ଷଡଙ୍ଗୀ । ଡଃ ଅଭିଜିତ୍ ଷଡଙ୍ଗୀ ପୂର୍ବରୁ ନୟାଗଡ଼ ରେ ଡେପୁଟି କଲେକ୍ଟର ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ । ଶ୍ରୀ ଷଡଙ୍ଗୀ କାର୍ଯ୍ୟ ରେ ଯୋଗଦେବା ପରେ ପ୍ରଥମ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବ୍ଲକ୍ ର ସମସ୍ତ କର୍ମଚାରୀ ଓ ବିଭିନ୍ନ ସ୍ବେଛାସେବୀ ମହଲରୁ ଶ୍ରୀ ଷଡଙ୍ଗୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ବିଡ଼ିଓ ଶ୍ରୀଯୁକ୍ତ ଷଡଙ୍ଗୀ ବ୍ଲକ୍ ର ସମସ୍ତ ବିଭାଗକୁ ବୁଲି ଦେଖିବା ସହ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ତ୍ବରାନ୍ବିତ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ ତୁଲାଇବେ ବୋଲି ନୂତନ ବିଡ଼ିଓ ଡଃ ଅଭିଜିତ୍ ଷଡଙ୍ଗୀ କହିଛନ୍ତି ।

Exit mobile version