Home ଓଡ଼ିଶା ମନ୍ଦିର ପୁରୋହିତଙ୍କୁ ବରଣ କରି ଗୁଆପଇତା ଦେଲେ ରାଜା, ଅଷ୍ଟମୀରୁ ଶାରଦୀୟ ପର୍ବ ଆରମ୍ଭ’ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଉତ୍କଳର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ପୀଠ ଅନ୍ୟତମ। ଏହି ପୀଠରେ ପାଳିତ ବାରମାସର ତେର ପର୍ବ ମଧ୍ୟରୁ ଶାରଦୀୟ ପୂଜୋତ୍ସବ ଅନନ୍ୟ ଶ୍ରେଷ୍ଠପର୍ବ। ସର୍ବତ୍ର ଶାରଦୀୟ ପର୍ବ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଦଶହରା ପର୍ଯ୍ୟନ୍ତ ପାଳିତ ହେଉଥିବାବେଳେ ଏଠାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ଠାରୁ ଆରମ୍ଭ ହୋଇ ଆଶ୍ୱିନ କୁମାର ପୂର୍ଣ୍ଣିମାରେ ଉଦ୍ଯାପିତ ହେବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି । ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଦେବୀ ଶୟନରେ ରହନ୍ତି ।ଏହି ସମୟରେ ମାଙ୍କ ମନ୍ଦିରରେ ଧୂପ ଆଳତିରେ ଘଣ୍ଟ କାହାଳୀ , ବାଦ୍ୟ ବାଜିବା ବନ୍ଦ ଥାଏ । ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରେ ସହସ୍ର କୁମ୍ଭବରଣ ପରେ ସ୍ତୋତ୍ରୀୟ ଶାକ୍ତ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଘଣ୍ଟ କାହାଳୀ ବାଦ୍ୟ ବାଦନ ପରେଦେବୀ ଶୟନରୁ ଉଠନ୍ତିା ମଙ୍ଗଳକୁମ୍ଭ ଦୀପସ୍ଥାପନ କରାଯାଇ ଦେବୀଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଅଭିଷିକ୍ତ ସୁବାଷିତ ଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ନୂତନ ପାଟବସ୍ତ୍ର ‘ପୁଷ୍ପଚ଼ନ୍ଦନ ସିନ୍ଦୁରପରିଧାନ କରିବାପରେ ଆଳତି ବନ୍ଦାପନା ହୋଇ ଶାରଦୀୟ ପର୍ବଗୃହକୁ ବିଜେ ପାଇଁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଗ୍ରହଣ କରାଯାଏ। ପାରମ୍ପରିକ କ୍ରମେ ସପ୍ତମୀରେ ପ୍ରାଚୀନବଙ୍କାଡ଼ଗଡ଼ ଅଧୁନା ପାରିକୁଦ ଗଡ଼ର ରାଜା ସନ୍ତୋଷ ଚନ୍ଦ୍ର ମାନସିଂମର୍ଦ୍ଦରାଜ ହରିଚନ୍ଦ୍ର ଆଜିମା’ଭଗବତୀଙ୍କ ମନ୍ଦିର ପୁରୋହିତ, ପୂଜକ ସାମନ୍ତ ଙ୍କୁ ବରଣ କରି ଗୁଆପଇତା ପାଟମଠା ପ୍ରଦାନ କରି ମା’ଙ୍କ ପରିଧାନ ନିମନ୍ତେ ଅଙ୍ଗବସ୍ତ୍ର ସହିତ ଚୁଡ଼ିସିନ୍ଦୁର ଅଳତା ପୁଷ୍ପମାଳ ପ୍ରଦାନ କରି ପର୍ବର ସର୍ବମଙ୍ଗଳ କାମନା କରିଥିଲେ। ଅଷ୍ଟମୀ ଦିନ ଦେବୀ ଉତ୍ଥାପନ ନୀତିକାନ୍ତି ପରେମା’ କନକଦୁର୍ଗାପ୍ରଥମେ ଏହାକୁ ପରିଧାନ କରି ସର୍ବସାଧାରଣଙ୍କୁ ଦର୍ଶନ ଦେବେ । ପରେ ସଂଧ୍ୟାରୁ ମା’ଦେବୀ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣିଙ୍କ ଦେବୀ ନୃତ୍ୟ ଆରମ୍ଭ ହୋଇ ମା’ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରୁ ଭିତର ପର୍ବଗୃହକୁ ବିଜେ କରିବାପରେ ଅମାବାସ୍ୟା ପର୍ଯ୍ୟନ୍ତ ଭିତର ପର୍ବ ଆରମ୍ଭ ହେବ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026