Home ଓଡ଼ିଶା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଙ୍କ ସ୍ମୃତି ସଭା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ କୁଶଡିହ ସ୍ଥିତ ପଞ୍ଚୁପଲ୍ଲୀ ସୋମନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ମାନଗୋବିନ୍ଦ ପାଇକରାୟ ଙ୍କ ଦେହାନ୍ତ ଜନିତ ଦ୍ଵାଦଶାହ ସ୍ମୃତି ସଭା ତାଙ୍କର ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କବି ତଥା ସପ୍ତଫେଣୀ ପତ୍ରିକା ର ସମ୍ପାଦକ ଗୋପୀନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭା ର ପ୍ରାରମ୍ଭରେ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ତାଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ କରା ଯାଇଥିଲା । ଏହାପରେ ମଞ୍ଚାସୀନ ଅବସରପ୍ରାପ୍ତ ଶିକ୍ଷକ ହରିହର ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷକ କୁଵେରଚନ୍ଦ୍ର ବେହେରା, ପ୍ରାକ୍ତନ ଏଵିଇଓ ବୈକୁଣ୍ଠ ନାଥ ପାଇକରାୟ, କାଶୀନାଥ ପ୍ରଧାନ, ଭାଗିରଥି ସ୍ବାଇଁ, ଙ୍କ ସମେତ ଏହି ସମାବେଶରେ ସମବେତ ସ୍ରର୍ଗତ ପାଇକରାୟ ଙ୍କ ଛାତ୍ର କୁଳମଣି ବାରିକ, ଲଲାଟେନ୍ଦୁ ଦାଶ, ପ୍ରଦ୍ୟୁମ୍ନ କୁମାର ପ୍ରଧାନ, ସାମ୍ବାଦିକ ଆଶୋକ କୁମାର ପାଇକରାୟ,ବିଜୟ କୁମାର ବରାଳ, ପ୍ରାକ୍ତନ ସରପଞ୍ଚ ଉତ୍ପଳ କୁମାର ପାଇକରାୟ, ପ୍ରମୁଖ ଆଦର୍ଶ ଶିକ୍ଷକ ସ୍ଵର୍ଗତ ମାନଗୋବିନ୍ଦ ପାଇକରାୟ ଙ୍କ ବହୁବିଧ ଶିକ୍ଷକ ସୁଲଭ ଗୁଣ ସମ୍ପର୍କରେ ସ୍ମୃତି ଚାରଣ କରି ଥିଲେ। ଶ୍ରୀ ପାଇକରାୟ ଅନ୍ନପୂର୍ଣ୍ଣା ଥିଏଟରର ପ୍ରତିଷ୍ଠାତା ସ୍ଵର୍ଗତ ସୋମନାଥ ଦାଶଙ୍କ ପ୍ରତିଷ୍ଠିତ ପଞ୍ଚୁପଲ୍ଲୀ ସୋମନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ସାରା ଜୀବନ ଅଧ୍ୟାପନା କରି ଅଞ୍ଚଳରେ ଶିକ୍ଷା ର ବିକାଶ ରେ ତାଙ୍କର ନିଃସ୍ଵାର୍ଥପର ତ୍ୟାଗ ପୂତ କର୍ମମୟ ଜୀବନ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲେ ବୋଲି ମତାମତ ପ୍ରକାଶ ପାଇଥିଲା ଏବଂ ଜଣେ ପ୍ରାତଃ ସ୍ମରଣୀୟ ପ୍ରଧାନ ଶିକ୍ଷକ ଭାବେ ସେ ଅଞ୍ଚଳର ଜନ ମାନସ ରେ ସବୁଦିନ ପାଇଁ ପୂଜା ପାଉଥିବେ ବୋଲି ବକ୍ତା ଗଣ ଉଦ୍ ଵୋଧନ ଦେଇଥିଲେ। ପରିଶେଷରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଲୋକନାଥ ପାଇକରାୟ ଧନ୍ୟବାଦ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026