Home ଓଡ଼ିଶା ମିଭି ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ସହିତ ପ୍ରଚଳନ କରୁଛି ‘ହିୟର କ୍ଲିୟର’, ବୈପ୍ଳବିକ ସୁପରପଡ୍ସ୍ ଇମର୍ସିଓ ଟିଡବ୍ଲ୍ୟୁଏସ୍ ଶୁଭାରମ୍ଭ କଲା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହାଇଦରାବାଦ :-> ଏକ ଅଗ୍ରଣୀ ଭାରତୀୟ ଉପଭୋକ୍ତା ଇଲେକଟ୍ରୋନିକ୍ସ ବ୍ରାଣ୍ଡ୍ ମିଭି (ଏମଆଇଭିଆଇ) ତାହାର ସଦ୍ୟତମ ରାଷ୍ଟ୍ରୀୟ ଅଭିଯାନ ‘ହିୟର କ୍ଲିୟର’କୁ ଏକ ନୀରବ ବିଜ୍ଞାପନ ଫିଲ୍ମ (ସାଇଲେଣ୍ଟ ଆଡ ଫିଲ୍ମ) ସହିତ ଶୁଭାରମ୍ଭ କରିଛି, ଅଡିଓ ଡିଭାଇସ ଶିଳ୍ପରେ ଏହା ଏହି ଧରଣର ପ୍ରଥମ ଉତ୍ପାଦ। ଏହି ଚଳଚ୍ଚିତ୍ର ଜରିଆରେ ମିଭି ‘ହିୟର ଆଜ୍ କ୍ଲିୟର ଆଜ୍ ଫକ୍ସ’ ବାର୍ତ୍ତାକୁ ପ୍ରୋତ୍ସାହିତ କରୁଛି ଏବଂ ଏହିଭଳି ଭାବରେ ସଦ୍ୟତମ ଛାମୁଆ ଟିଡବ୍ଲ୍ୟୁଏସ୍ ‘ସୁପରପଡ୍ସ୍ ଇମର୍ସିଓ’ ଶୁଭାରମ୍ଭ ସହିତ ଗ୍ରାହକଙ୍କୁ ସ୍ପଷ୍ଟତାର ପରବର୍ତ୍ତୀ ସ୍ତରକୁ ନେଇଯିବା ନିମନ୍ତେ ପ୍ରେରିତ କରୁଛି। ତାହାର ଅଧୁନାତମ ଫ୍ଲାଗସିପ୍ ଟିଡବ୍ଲ୍ୟୁଏସ୍ ଇୟରବଡ୍ସ୍ ବର୍ଗ ସୁପରପଡ୍ସ୍ ପ୍ରଚଳନ ସହିତ ମିଭି ପ୍ରିମିୟମ ଟିଡବ୍ଲ୍ୟୁଏସ୍ ଶ୍ରେଣୀରେ ୧୦% ବଜାର ଅଂଶ ଦଖଲ କରିବା ଲକ୍ଷ୍ୟ ରଖିଛି। ଏହି ଆକର୍ଷଣୀୟ ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ରହସ୍ୟପୂର୍ଣ୍ଣ ଜଙ୍ଗଲକୁ ନେଇଯାଉଛି, ଯେଉଁଠାରେ ଜଣେ ଯୁବ ଦୁଃସାହସୀ କୋକିଶିଆଳିମାନଙ୍କୁ ଦେଖି ଚକିତ ହେବା ସହିତ ସେମାନଙ୍କ ସହିତ ମିଶି ନୃତ୍ୟ କରୁଛନ୍ତି। ସେ ସେମାନଙ୍କ ସହିତ ଯୋଗଦେବା ଅବସରରେ ଏକ କୋକିଶିଆଳି ତାଙ୍କୁ ଏକ ସୁପରପଡ୍ସ୍ ଇମର୍ସିଓ ଟିଡବ୍ଲ୍ୟୁଏସ୍ ଉପହାର ଆକାରରେ ପ୍ରଦାନ କରୁଛି ଏବଂ ସେ କୋକିଶିଆଳିର ତୀବ୍ର ସ୍ୱରକୁ ସ୍ପଷ୍ଟ ଭାବରେ ଶୁଣିବାର ଅନୁଭୂତି ପାଉଛନ୍ତି। ଚଳଚ୍ଚିତ୍ରରେ ତ୍ରୁଟିଶୂନ୍ୟ ଭାବରେ ଚମତ୍କୃତ କଲାଭଳି ଦୃଶ୍ୟରାଜି, ଧରି ରଖିବାଭଳି ନୃତ୍ୟ ନିର୍ଦ୍ଦେଶନା ଏବଂ ଏକ ମନଲୋଭା କାହାଣୀର ସମାହାର ଘଟିଛି। ମିଭିର ‘ହିୟର କ୍ଲିୟର’ ଅଭିଯାନ ସୁପରପଡ୍ସ୍ ଇମର୍ସିଓ ଜରିଆରେ ଅତୁଳନୀୟ ଶବ୍ଦର ସ୍ପଷ୍ଟତା ଏବଂ ଅନ୍ତର୍ନିବିଷ୍ଟ ଅନୁଭୂତି ଉପରେ ଗୁରୁତ୍ୱ ଦେଉଛି ଯାହା ଡଲ୍ବି ଅଡିଓ ଦ୍ୱାରା ସଶକ୍ତ ହୋଇଛି। ଏହି ବ୍ରାଣ୍ଡ୍ ଅଭୂତପୂର୍ବ ଶବ୍ଦରେ ସ୍ପଷ୍ଟତାକୁ ଉନ୍ନୀତ ହେବା ନିମନ୍ତେ ଗ୍ରାହକଙ୍କୁ ଉତ୍ସାହିତ କରି ଦେଶର ଅଡିଓ ଦୃଶ୍ୟପଟ୍ଟ ସଞ୍ଜ୍ଞା ପୁନଃ ନିର୍ଦ୍ଧାରଣ କରିବା ଲକ୍ଷ୍ୟ ରଖିଛି। ଚଳଚ୍ଚିତ୍ରରେ ପ୍ରଦର୍ଶିତ ଫ୍ଲାଗସିପ୍ ଟିଡବ୍ଲ୍ୟୁଏସ୍ ଇୟରବଡ୍ସ୍ ସୁପରପଡ୍ସ୍ ଇମର୍ସିଓର ବୈଶିଷ୍ଟ୍ୟାବଳୀ – ଡଲ୍ବି ଅଡିଓ: ଆପଣଙ୍କ କର୍ଣ୍ଣରେ ଥିଏଟର-ଭଳି ଶବ୍ଦ – ୩ଡି ସାଉଣ୍ଡଷ୍ଟେଜ: ମିଭିର ସିଗ୍ନେଚର ସାଉଣ୍ଡ ଯାହା ଆପଣଙ୍କୁ ପ୍ରତ୍ୟେକଟି ବାଦ୍ୟଯନ୍ତ୍ର ସ୍ପଷ୍ଟ ଭାବରେ ଶୁଣିବା ସୁଯୋଗ ଦେଉଛି। – ୬୦ ଆୱାରସ୍ ପ୍ଲେଟାଇମ: ଓଟିଟିଗୁଡିକରେ ଅସରନ୍ତି କାର୍ଯ୍ୟକ୍ରମ ଉପଭୋଗ କରିବା – ୟୁନିବଡି ମେଟାଲ ଡିଜାଇନ: ଆୱାରଗ୍ଲାସ୍ ସହିତ ଇୟରବଡ୍ସ୍ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ଫିଟ୍ ହେଉଛି। ଏହି ପ୍ରଚାର ଅଭିଯାନ ପଛରେ କାହାଣୀ ସମ୍ପର୍କରେ ପଚାରିବାରେ ମିଧୁଲା ଦେବଭକ୍ତୁନି, ସହ-ପ୍ରତିଷ୍ଠାତା ଏବଂ ସିଏମ୍ଓ, ମିଭି ନିଜ ଉତ୍ତରରେ କହିଥିଲେ, “ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ସମ୍ପର୍କରେ ଚିନ୍ତା କରିବା ଏକ ସହଜ ନିଷ୍ପତ୍ତି ନଥିଲା, କାରଣ ଗ୍ରାହକମାନେ ଏଭଳି ଅଡିଓ ଉପକରଣକୁ କିଭଳି ଗ୍ରହଣ କରିବେ ତାହା ସମ୍ପୂର୍ଣ୍ଣ ଭାବରେ ସନ୍ଦେହରେ ରହିଥିଲା। ଏକ ଭିନ୍ନ ତଥାପି ଫଳପ୍ରଦ ଉପାୟରେ ଏହାକୁ ପ୍ରୋତ୍ସାହିତ କରିବା ଏକ ଆହ୍ୱାନ ଥିଲା। ମୁଁ ଖୁସି ଯେ ଆମେ ଏହାକୁ ସଠିକ ଭାବରେ ଉପସ୍ଥାପିତ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ, ଏହି ବିଜ୍ଞାପନ ଚଳଚ୍ଚିତ୍ର ଦର୍ଶକମାନଙ୍କ ମନକୁ ଏଭଳି ଏକ ସ୍ତରରେ ସ୍ପଷ୍ଟ କରିବ ଯାହା ପ୍ରଚଳିତ ବ୍ୟବସ୍ଥା ଠାରୁ ଭିନ୍ନ।” ହିୟର କ୍ଲିୟର (ସ୍ପଷ୍ଟ ଭାବରେ ଶୁଣିବା) ଅଭିଯାନ ସମଗ୍ର ଟେଲିଭିଜନ, ଡିଜିଟାଲ ପ୍ଲାଟଫର୍ମ, ମୁଦ୍ରିତ ଗଣମାଧ୍ୟମ ଏବଂ ଆଉଟ୍ଡୋର ବିଜ୍ଞାପନରେ ପ୍ରଦର୍ଶିତ ହେବ। ସୁପରପଡ୍ସ୍ ଇମର୍ସିଓ ଅନ୍ୟାନ୍ୟ ସୁପରପଡ୍ସ୍ ଫ୍ଲାଗସିପ୍ଗୁଡିକ ସହିତ ସମ୍ପ୍ରତି ମିଭିର ଅଫିସିଆଲ୍ ୱେବସାଇଟ, ଅଗ୍ରଣୀ ରିଟେଲ ଷ୍ଟୋରସମୂହ ଏବଂ ଫ୍ଲିପକାର୍ଟ ଓ ଆମାଜନ ସହିତ ମାର୍କେଟପ୍ଲେସ୍ଗୁଡିକରେ ଉପଲବ୍ଧ ହେଉଛି। Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026