Home ଓଡ଼ିଶା ଶିଶୁ ଯୌନଶୋଷଣ ଆଇନ ଓ ଏହାର ସୁରକ୍ଷା ତଥା ପୀଡିତାର କ୍ଷତିପୂରଣ ଏବଂ ସାଇବର ଆଇନ ବିଷୟରେ ସଚେତନତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ଗତିଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ମାଳିସାହି, ନୟାଗଡ ଠାରେ ସୋସିଆଲ ମିଡିଆର ନିରାପତ୍ତା ଏବଂ ସାଇବର ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ଅଧକ୍ଷ ଶ୍ରୀ ସୁଶାନ୍ତ କୁମାର କର ସ୍ଵାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସୋସିଆଲ ମିଡିଆର ନିରାପତ୍ତା ଏବଂ ସାଇବର ଆଇନ ଉପରେ ବାଖ୍ୟା କରିବା ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ଯୁବପିଢି ଙ୍କୁ ସଚେତନ କରାଇଥିଲେ । ଡି.ଏସ.ପି. ଶ୍ରୀ ସୁକାନ୍ତ କୁମାର ପାତ୍ର ସାଇବର ଆଇନ ଓ ଏହାର ନିରାକରଣ ଉପରେ ବର୍ଣ୍ଣନା କରିଥିଲେ । ବରିଷ୍ଠ ଆଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା – ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ – ଯୁବ ସମାଜକୁ ଶୃଙ୍ଖଳା, ନିଶାବର୍ଜନ, ଶାନ୍ତି ଓ ପରିବେଶ ରକ୍ଷାର ଆବଶ୍ୟକତା ଦର୍ଶାଇଥିଲେ । ପରିଶେଷରେ ଅଧ୍ୟାପିକା ଅରୁଣିମା ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ତତ୍ପରେ ଗତିଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ପୋସ୍କୋ ଆଇନ ଓ ପୀଡିତାଙ୍କ କ୍ଷତିପୂରଣ ୨0୧୨” ଉପରେ ଅନ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା ଅଧକ୍ଷ୍ୟା ଶ୍ରୀମତୀ ଅମିତା କୁମାରୀ ଦାସଙ୍କ ସ୍ଵାଗତ ସହିତ ସଭାକାର୍ଯ ଆରମ୍ଭ ହୋଇଥିଲା । ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ – ଜାତୀୟ ଆଇନ ସେବା କ୍ଷତିପୂରଣ ବାଖ୍ୟା କରିଥିଲେ । ଡି.ଏସ.ପି. ଶ୍ରୀ ସୁକାନ୍ତ କୁମାର ପାତ୍ର ପୋସ୍କୋ ନିୟମ ଓ ସତର୍କତା ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ । ବରିଷ୍ଠ ଅଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା- ଶିଶୁ ଯୌନଶୋଷଣ ଆଇନ ୨0୧୨ ଓ ଏହାର ସୁରକ୍ଷା ଏବଂ ପିଡ଼ିତାର କ୍ଷତିପୂରଣ ଉପରେ ବର୍ଣ୍ଣନା କରିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ – ଶୃଙ୍ଖଳା, ଦେଶପ୍ରେମ ଓ ଜାତୀୟତା ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକାରଣର କର୍ମଚାରୀ ଶ୍ରୀ ପବନ କୁମାର ବେହେରା, ଶ୍ରୀ ପ୍ରଶାନ୍ତ କୁମାର ସାହୁ , ଶ୍ରୀ ରାଜେଶ କୁମାର ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ଶ୍ରୀ ଶିବରାମ ପଢିଆରୀ ଏହି ସଚେତନତା କାର୍ଯ୍ୟକ୍ରମ ସମୟ ଉପଯୋଗୀ ବୋଲି ବର୍ଣ୍ଣନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଐତିହାସିକ ଗାନ୍ଧୀ ପୀଠ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ ପ୍ରଦାନ by Proprietor Abhimanyu Maharana October 3, 2026 ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026