୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ପ୍ରଶାସନ ଦ୍ୱାରା ବାରିପଦାର ଛଉ ପଡିଆ ଠାରେ ମଙ୍ଗଳବାର ଦିନ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳା ତୃତୀୟ ତଥା ମେଳା ଉଦଯାପନୀ ସନ୍ଧ୍ୟା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ, ଚିରାଗଦୀପ ପଣ୍ଡା, ବୈଭବ ପୃଷ୍ଟି, ଶୀତଲ କବି, ସିମରନ ଦାସ ଓ ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ଟିମ ବାରିପଦା ଆସି ଦର୍ଶକ ମାନଙ୍କ ମନ ଜିଣି ପାରିଛନ୍ତି ।

