୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ :-> ୬୩ ତମ ପୁରୁଷ ରାଜ୍ୟସ୍ତରୀୟ ଜିଲ୍ଲା ଜିଲ୍ଲା ଫୁଟବଲ ଟିମକୁ ନେଇ ସାହାଣୀ କପ ୨0୨୪ ମ୍ୟାଚ ପାଇଁ ମୟୁରଭଞ୍ଜ ଏଥଲେଟିକ ଏସୋସିଏଶନ ( ମା )ର ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ବାରିପଦା ଷ୍ଟାଡିୟମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସାମ୍ବାଦିକ ସମ୍ମିଳନୀର ମୁକ୍ଷ୍ୟ ଉଦେଶ୍ୟ ଏହାକୀ ପ୍ରଥମଥର ପାଇଁ ଏତେବଡ ରାଜ୍ୟସ୍ତରୀୟ ଫୁଟବଲ ମ୍ୟାଚ ଆମ ଜିଲ୍ଲାରେ ହଉଥିବାରୁ ଏହା ମୟୁରଭଞ୍ଜର ଗର୍ବଗୌରବ ବଢାଇବା ସହିତ ଏବଂ ସାରାଭାରତ ର ଫୁଟବଲ ଖେଳ ଦରବାରରେ ଫୁଟବଲ ମ୍ୟାଚ ଯଦି କୌଣସି ଟିମ ଜିତେ ତେବେ ନିଶ୍ଚିତ ଭାବେ ସେ ଟିମରେ ମୟୁରଭଞ୍ଜିୟା ଜଣେ ଦିଜଣ ଖେଳାଳି ରହିଥିବାଟା ଥୟ l

