୧୦ଟି ମଇଁଷି ଦୁଇଟି ପିକଅପ ଭ୍ୟାନ ସହିତ ୪ଅଟକ

୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଜଂକିଆ ଥାନା ମଇଁଷି ଚାଲାଣ ବେଳେ ବରଜଗଂ ଦଳର କର୍ମୀଙ୍କ ଚଢ଼ାଉ ୧୦ଟି ମଇଁଷି ୨ଟି ପିକ ଅପଭ୍ୟାନ ସମେତ ୪ଜଣଙ୍କୁ ଅଟକ ରଖି ଜଙ୍କିଆ ପୋଲିସରେ ଦେଲେ ଜିମା । ସୂଚନାରୁ ଜଣାପଡିଛି ବଡମ୍ବା ନରସିଂହପୁର ରୁ ୨ଟି ପିକ ଅପ ଭ୍ୟାନରେ ୧୦ଟି ମଇଁଷି ବୋଝେଇ କରି ବ୍ରହ୍ମପୁର ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳର ସଦସ୍ୟ ମାନେ ପୂର୍ବରୁ ଖବର ପାଇ ଗୋଡିପଡା ଟୋଲଗେଟ ନିକଟରେ ଜଗି ରହିଥିଲେ ।

ମଇଁଷି ବୋଝେଇ ଗାଡି ଦୁଇଟି ପହଞ୍ଚି ବା କ୍ଷଣି ବଜରଙ୍ଗ ଦଳର ସଦସ୍ୟ ମାନେ ଗାଡି ଦୁଇଟିକୁ ଜବତ କରି ୧୦ଟି ମଇଁଷି ସମେତ ୪ଜଣଙ୍କୁ ଜଂକିଆ ପୋଲିସରେ ଜିମା ଦେଇଛନ୍ତି । ପୋଲିସ ମଇଁଷି ଗାଡି ଜବତ ଅରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Exit mobile version