ସଚେତନତା ହି ବଡ଼ ବଡ଼ ବିପଦ ଠାରୁ ଦୂରେଇ ବାରେ ସହାୟକ ହୋଇଥାଏ 

୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ସ୍ଥିତ ଗୋପ କଲେଜରେ ଅନୁଷ୍ଠିତ ହୋଇଯାଇଅଛି । ଗୋପ କଲେଜର ଅଧ୍ଯକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଚେତନତା ଶିବିରକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗୋପ କଲେଜ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ ଉଦ୍‌ଘାଟନ କରି ଏଡ୍‌ସ ମୁକ୍ତ ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀ ମାନଙ୍କର ବିଶେଷ ଭୂମିକା ରହିଛି ।

ଏହି ଉତ୍ସବରେ ସମ୍ମାନିତ ଅତିଥ୍‌ ଭାବେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ପରାମର୍ଶଦାତା ଶ୍ରୀ ସୁରେଶ କୁମାର ଦାଶ ଯୋଗଦେଇ ଏଡ୍‌ସ କେବଳ ଔଷଧ ରେ ନୁହେଁ ସଚେତନତା ମାଧ୍ୟମରେ ହିଁ ଦୂର କରାଯାଇପାରେ । ଉକ୍ତ ବୈଠକରେ କଲେଜର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଶ୍ରୀ ବିଭୁତି ଭୂଷଣ ସେନାପତି,

ଅଧ୍ଯାପିକା କା ପ୍ରତିମା ଦେଇ, ଡ଼. ପ୍ରଜ୍ଞା ମଞ୍ଜରୀ ବଡ଼ଜେନା, ବଡ଼ ଅଧ୍ୟାପକ ମହେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଏଡ୍‌ସ ସଂକ୍ରାନ୍ତୀୟ ସଚେତନତା ସଂପର୍କରେ ବୁଝାଇଥିଲେ । ଗୋପ କଲେଜର ଆଇନ୍ ବିଭାଗର ଅଧ୍ୟାପକ ତଥା ଯୁବ ରେଡ଼ କ୍ରସ୍ (YRC)ର କାଉନ୍‌ସେଲର ଶ୍ରୀ ଅମିତାଭ ମହାନ୍ତି ଶିବିର ସଭା ପରିଚାଳନା କରିଥିଲେ ।

Exit mobile version