Home ଓଡ଼ିଶା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଦୀର୍ଘ ବର୍ଷଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି : ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପାଚେରୀ ଭୁଶୁଡିଲା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସ୍ୱୋଭଗ୍ୟ ବଶତଃ କାହାର କିଛି ହୋଇନାହିଁ ୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଦୀର୍ଘ ବର୍ଷଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି l ବିଗତ ସରକାରଙ୍କ ସମୟରେ ଯଦିଓ ଲକ୍ଷାଧିକ ଟଙ୍କାର ବ୍ୟୟ ବରଦା ହୋଇଛି କିନ୍ତୁ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇନଥିବା ଫଳରେ ଆଜି ଅବକ୍ଷୟ ହେବାକୁ ଯାଉଛି l କୋଣାର୍କ ଠାରୁ ପିପିଲି ମଧ୍ୟରେ ଥିବା ରାଜ୍ୟ ରାଜପଥ କଡ଼ରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଛାଡିଦେଲେ ଅନ୍ୟ କୌଣସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ l କୋଣାର୍କ ଯେହେତୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ଏଠାକୁ ଦୈନିକ ଶତାଧିକ ସଂଖ୍ୟାରେ ରାଜ୍ୟ ଓ ଦେଶ ଏବଂ ବିଦେଶ ରୁ ପର୍ଯ୍ୟଟକମାନେ ଭ୍ରମଣ କରିବାକୁ ଆସିଥାନ୍ତି l ବର୍ତମାନ ରାସ୍ତାଘାଟ ର ଯେଉଁଭଳି ପରିସ୍ଥିତି ସେଥିପାଇଁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l କୋଣାର୍କ ଠାରେ ଏକ ୩ ମହଲା ଓ ଶହେ ଶଯ୍ୟା ବିଶିଷ୍ଟ ବେଡ୍ ଥିବା ସତ୍ତ୍ୱେ ତାହା ଆରମ୍ଭରୁ ଅଚଳ ଅବସ୍ଥାରେ ପଡିଛି l ଯାହାଫଳରେ କୀ କୋଣାର୍କ ରେ ଯଦି କିଛି ଦୁର୍ଘଟଣା ଘଟେ ତେବେ ତୁରନ୍ତ ଗୋପ ହସ୍ପିଟାଲ କୁ ପଠାଯାଏ l କିନ୍ତୁ ଗୋପ ହସ୍ପିଟାଲ ଟି ଦୀର୍ଘ ବର୍ଷଧରି ଆବଶ୍ୟକୀୟ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଅଭାବ ସାଙ୍ଗକୁ ଭିତ୍ତିଭୂମି ର ଘୋର ଅଭାବ ହେତୁ ଆସ୍ତେ ଆସ୍ତେ ଅବକ୍ଷୟ ହେବାରେ ଲାଗିଛି l ବର୍ଷା ଜଳ ନିଷ୍କାସନ ର ବ୍ୟବସ୍ତା ନାହିଁ, ଷ୍ଟାଫ୍ ମାନଙ୍କ ପାଇଁ ଘର ନାହିଁ, ନିଦାନ ମାଗଣା ଔଷଧ ବିତରଣ କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ମହଜୁଦ ରହୁନଥିବା ଫଳରେ ଗରିବ ଶ୍ରେଣୀ ର ବ୍ୟକ୍ତି ମାନେ ବାହାରୁ ଔଷଧ କିଣିବାକୁ ପଡୁଛି l ଉକ୍ତ ହସ୍ପିଟାଲ ର ଚାରିପାଖରେ ନିର୍ମାଣ ହୋଇଥିବା ପାଚେରୀ ଟି ଗତ ୩ ଦିନ ହେଵ ହଠାତ୍ ଭାଙ୍ଗି ପଡିଲା l ଭାଗ୍ୟ ବଶତଃ ସେହି ସମୟରେ କୌଣସି ବ୍ୟକ୍ତି ଙ୍କ ଯାତାୟାତ ନା ଥିଲା ନଚେତ କିଛି ବି ହୋଇପାରିଥାନ୍ତl । ଯେହେତୁ ଗୋପ ବଜାର ମଝିରେ ଗୋପ ହସ୍ପିଟାଲ ରହିଛି l ଅଧିକାଂଶ ସମୟରେ ଜନଗହଳି ସାଙ୍ଗକୁ ଗାଡି ମଟର ଆଦି ଯାତାୟାତ କରିଥାଏ l ଅବଶିଷ୍ଟ ଥିବା ପାଚେରୀ କେତେବେଳେ ଭୁଶୁଡି ନ ପଡିବ ତାହା କହି ହେଵ ନାହିଁ l ତତ୍କାଳୀନ ସରକାର ଙ୍କ ସମୟରେ ଭଙ୍ଗା ପାଚେରୀ ରେ ରଙ୍ଗବୋଳି ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ର ଅଭିଯୋଗ ହେଵା ସହିତ ବିଭିର୍ନ୍ନ ଗଣମାଧ୍ୟମ ରେ ପ୍ରକାଶିତ ମଧ୍ୟ ହୋଇଥିଲା l ବର୍ତମାନ ଗୋପ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏଣୁ ନିମାପଡା ର ବିଧାୟିକା ତଥା ଆମ ପ୍ରିୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ l ଗୋପ ହସ୍ପିଟାଲ ରେ ଆବଶ୍ୟକୟୀ ଅନୁଯାୟୀ ସୁ ବନ୍ଦୋବସ୍ତ କରିବାକୁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ଓ ସଚେତନ ନାଗରିକ ମଞ୍ଚ ର ସଭାପତି ଏବଂ ବିପ୍ଲବୀ ସଂଗଠନ ର ସଭାପତି ଚନ୍ଦ୍ରକାନ୍ତ ସାହୁ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀମତୀ ପରିଡ଼ା ମୋହାଦୟା ଙ୍କୁ ଦାବୀ କରିଛନ୍ତି l Categories: ଓଡ଼ିଶା, ପୁରୀ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026