
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ସମିଳନୀ କକ୍ଷରେ ମଙ୍ଗଳବାର ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଵା ମନରେଗା ଯୋଜନା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଶେଷ କରି 1-4-2023ରୁ 31-3-2024 ପର୍ଯ୍ୟନ୍ତ ମନରେଗା କାର୍ଯ୍ୟକ୍ରମ ଉପରେ ଜନଶୁଣାଣୀ କରାଯାଇଥିଲା l ଶିବିରରେ ବିଡ଼ିଓ ବିଜୟ କୁମାର ବେହେରା, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଡିପିଓ ଚକ୍ରଧର ମହାଳି ଙ୍କ ସହ ବ୍ଲକ ର ଭିଆରପି, ସରପଞ୍ଚ, ମୂର୍ତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ, ଉଦ୍ୟାନ ବିଭାଗ, ଫରେଷ୍ଟ, ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l

