ଦେଶରେ ଆରକ୍ଷଣ ହଟାଇବାକୁ ନେଇ ଭାଜପା ର ସାମ୍ବାଦିକ ସମିଳନୀ

୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> କଂଗ୍ରେସ ର ରାହୁଲ ଗାନ୍ଧୀ ନିକଟରେ ଆମେରିକା ଗସ୍ତ ସମୟରେ କହିଛନ୍ତି ଆରକ୍ଷଣକୁ ହଟାଇଦେବା l ସେହି ଆରକ୍ଷଣ ହଟାଇବା କଥାକୁ ନେଇ ମଙ୍ଗଳ ବାର ଜଗତସିଂହପୁର ଭାଜପା ପକ୍ଷରୁ ବିରିଡି ବ୍ଲକ ହାଜିପୁର କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ଭାଜପା ଏସ ସି ମୋର୍ଚ୍ଚା ର ରାଜ୍ୟ ସଭା ପତି ତଥା ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ସମିଳନୀରେ ଭାଜପା ରାଜ୍ୟ ଏସ ସି ମୋର୍ଚ୍ଚାର ସଂଯୋଜକ ଯୋଗେନ୍ଦ୍ର ନାଥ ଭୋଇ, ରାଜ୍ୟ ଉପସଭାପତି ସ୍ମିତା ପ୍ରଧାନ, ଜିଲ୍ଲା ସଭାପତି ବାମଦେବ ମଲିକ,

ଜିଲ୍ଲା ଉପସଭାପତି ମାନସ ମଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ସାହୁ, ହାଜିପୁର ମଣ୍ଡଳ ସଭାପତି ସୁଦର୍ଶନ ପଣ୍ଡା ଯୋଗଦେଇ ଥିବାବେଳେ ମଣ୍ଡଳ ଏସ ସି ମୋର୍ଚ୍ଚାର ସଭାପତି ପାର୍ଥ ସାରଥୀ ଭୋଇ ସମିଳନୀକୁ ପରିଚାଳନା କରିଥିଲେ  l ସେମାନେ କହିଲେ ଆରକ୍ଷଣ କୁ ହଟାଇବା ସେହି ସ୍ୱର ଯାହା ରାହୁଲ ଗାନ୍ଧୀ ଙ୍କ ପରିବାର ନେହେରୁଙ୍କ ସମୟରୁ କହି ଆସୁଛନ୍ତି  l କଂଗ୍ରେସ ପାର୍ଟି 57ବର୍ଷ ଦେଶରେ ଶାସନ କରିଥିଲା କିନ୍ତୁ ସେହି ସମୟରେ ସେମାଙ୍କର ରାଜନୈତିକ ଉଦେଶ୍ୟ ସାଧିବl ପାଇଁ ସମ୍ବିଧାନ ପ୍ରକ୍ରିୟା ଅପବ୍ୟବହାର କରିଛନ୍ତି ଏବଂ ସାମାଜିକ ଉଦେଶ୍ୟ କୁ ଉପେକ୍ଷା କରିଛନ୍ତି l କଂଗ୍ରେସ କେବେବି ସମ୍ବିଧାନର ମୂଳ ଆରକ୍ଷଣ ସିଦ୍ଧାନ୍ତକୁ ସଠିକ ଭାବେ ପ୍ରୟୋଗ କରିବା ପାଇଁ ରାଜନୈତିକ ଇଛା ଦେଖାଇନାହିଁ l

ତେଣୁ ଆମଦଳ ପାଇଁ ଭାରତୀୟ ସମ୍ବିଧାନ ଗ୍ରନ୍ଥ ଅଟେ l ତେଣୁ ଆମର ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ସମୟରେ ଆରକ୍ଷଣକୁ କେବେବି କେହି କ୍ଷତି କରିପାରିବେ ନାହିଁ ବୋଲି ସାମ୍ବାଦିକ ସମିଳନୀ ରେ ବକ୍ତା ମାନେ କହି ଥିଲେ l ସମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ମଲିକ, ପ୍ରଶନ ଦାସ, ବିଜୟ କୁମାର ସେଠୀ, ରଜତ ଲେଙ୍କା, ଲକ୍ସମଣ ସ୍ୱାଇଁ, ପ୍ରକାଶ ଖଟାଇ, ରାମକୃଷ୍ଣ ପରିଜା, ବନ ବିହାରୀ ଜେନା, ଦୀପକ ରଞ୍ଜନ ଦାସ, ଦିଲ୍ଲୀପ ଭୋଇ, ମୁକ୍ତାର ଅଲି, ଡମ୍ବରୁ ଲେଙ୍କା, ଅଜୟ ଦାସ, ଅଜୟ ସାହୁ ପ୍ରମୁଖ ବହୁ ଭାଜପା କର୍ମୀ ଯୋଗ ଦେଇଥିଲେ l

Exit mobile version