୧୨ ଦିନ ଧରି ଚାଲିଥିବା ବାଲିଯାତ୍ରା ଉଦଯାପିତ: ଶେଷ ଦିନରେ ଭକ୍ତଙ୍କ ପ୍ରବଳ ଭିଡ଼

୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା  :->  କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଯାତ୍ରା ୧୨ ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି । ଏହି ଯାତ୍ରାରେ ମା’ ମାଣିକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପୂର୍ଣ୍ଣାହୁତି ଦିନରେ ଶହ ଶହ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗଦେଇ ଅଗ୍ନି ଉପରେ ଖାଲି ପାଦରେ ଚାଲି ନିଜ ମାନସିକ ପୂରଣ କରିଥାନ୍ତି । ଅଗ୍ନିରେ ଚାଲିବା ସମୟ ରେ ମା’ ମାଣିକେଶ୍ବରୀଙ୍କ ଆର୍ଶିବାଦ ମିଳିବା ସହ ଭୟ ନ ଥାଏ ବୋଲି ଶ୍ରଦ୍ଧାଳୁ କୁହନ୍ତି l

ପ୍ରବଳ ବର୍ଷାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ବର୍ଷା ଯେତେ ପ୍ରବଳ ହେଉଥିଲା ଭକ୍ତଙ୍କ ସଂଖ୍ୟା ସେଭଳି ବୃଦ୍ଧି ପାଉଥିଲା ସମସ୍ତଙ୍କ ମନରେ ଆନନ୍ଦ ଦେଖାଯାଇଥିଲା । ପ୍ରତିବର୍ଷ ନୁଆଁଖାଇ ସରିବା ପରେ ଏହି ଯାତ୍ରା ଆରମ୍ଭ ହୋଇଥାଏ । ବର୍ଷ ବର୍ଷ ଧରି ପରମ୍ପରା ରହିଆସିଛି ଯେ, ଏଠାରୁ ବାଲି ଯିବା ପରେ କଳାହାଣ୍ଡି ଜିଲା ଭବାନୀପାଟଣାରେ ଦଶହରା ପର୍ବ ପାଳନ ହୋଇଥାଏ ।

ଏହି ଅବସରରେ ମୁଖ୍ୟ ଆକର୍ଷଣ ଠାକୁରଙ୍କୁ ନେଇ ଭକ୍ତ କଣ୍ଟା ପିଢାରେ ଝୁଲିବା ସହ ଅଗ୍ନିରେ ଶ୍ରଦ୍ଧାଳୁ ମାନେ ଚାଲିଥାନ୍ତି । ଏହାକୁ ଦେଖିବାକୁ ଜିଲା ତଥା ଜିଲା ବାହାରୁ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବେ ମାଧବ ପୂଜାରୀ ପୂଜାର୍ଚ୍ଚନା କରିଥିବା ବେଳେ ତାଙ୍କର କହିବାନୁଯାୟୀ, ବିଶ୍ୱାସ ଅଛି ବାଲିଯାତ୍ରା ହେଲେ ଶୀତ ଆସେ । ଆଉ ବାଲିଯାତ୍ରା ସମୟରେ ପ୍ରବଳ ବର୍ଷା ହେବାର ନଜିର ରହିଛି । ଏହା ଆଜି କି କାଲି ନୁହେଁ, ପିଢ଼ି ପିଢ଼ି ଧରି ବିଶ୍ୱାସ ରହିଆସିଛି । ଆତ୍ମ ବିଶ୍ୱାସ ଓ ଆସ୍ଥା ପ୍ରକଟ ଅଞ୍ଚଳବାସୀଙ୍କ ମଧ୍ୟରେ ରହିଛି ।

Exit mobile version