୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ସରକାର ଲୋକଙ୍କ ହିତ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବାବେଳେ ବ୍ରାହ୍ମଣୀଗାଁରେ ଚିତ୍ର କିଛି ଓଲଟା ରହିଛି । ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ବଡ଼ଶଙ୍ଖ ଛକ ନିକଟରେ ଥିବା ବିଶ୍ରାମାଗାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ନିତିଦିନିଆ ଏହି ରାସ୍ତା ଦେଇ ବିଭିନ୍ନ କାମ ପାଇଁ ଯାଉଥିବା ଲୋକେ ଖରା ଓ ବର୍ଷା ଦାଉରୁ ମୁକ୍ତି ପାଇବା ପାଇଁ ବିଶ୍ରାମାଗାରରେ ଟିକେ ଆଶ୍ରୟ ନିଅନ୍ତି । ବ୍ରାହ୍ମଣୀଗାଁରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରାସ୍ତା ୧୨୦ କି.ମି ହେବ ।
