କଟକ କେଶରପୁର କବରସ୍ଥାନ ନିକଟରେ ଜସ୍ନେ ଇଦ ମିଲନ ନବି ପାଳିତ

୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସହର ଭାଇଚାରାର ସହର ଏଠାରେ ମୁସଲିମଙ୍କ ପର୍ବରେ ହିନ୍ଦୁ ମାନେ ସାମିଲ ହେଉଥିଲା ବେଳେ ହିନ୍ଦୁଙ୍କ ପର୍ବରେ ମୁସଲିମ ଭାଇମାନେ ଯୋଗ ଦେଇଥାନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ କଟକ କେଶରପୁର କବରସ୍ଥାନ ନିକଟରେ ସେ କ ତେଜଙ୍କ ନେତୃତ୍ୱରେ ମହମ୍ମଦଙ୍କ ଜୟନ୍ତୀ ପାଳନ ସାଙ୍ଗକୁ ଜସ୍ନେ ଇଦ ମିଲନ ନବି ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିଲା ।

ଏହି ପର୍ବରେ ମଙ୍ଗଳାବାଗ ଥାନା ଆଇଆଇସି, ସାମ୍ବାଦିକ ସୁରେଶ ଦାସଙ୍କ ସମେତ କଟକର ବହୁ ଜଣାଶୁଣା ହିନ୍ଦୁ ଭାଇମାନେ ଯୋଗ ଦେଇଥିଲେ । ଉକ୍ତ ପର୍ବରେ ଭୋଜିଭାତର ଆୟୋଜନ କରାଯାଇଥିଲା । ହିନ୍ଦୁ ଏବଂ ମୁସଲିମ ଭାଇମାନେ ଏକତ୍ରିତ ବସି ଭୋଜନ କରିଥିଲେ । ଯାହାଫଳରେ ହଜାର ବର୍ଷର କଟକ ସହରରେ ଭାଇଚାରା ସଂପର୍କ ଦିନକୁ ଦିନ ବୃଦ୍ଧି ପିଉଥିବା ଦେଖିବାକୁ ମିଳିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସେକ୍ ସକିଲ୍ ,ଅଜିଜ ଖାନ୍ ,ରସିଦ ଖାନ୍, ସେକ ରଜୁ ପ୍ରମୁଖ କେଶରପୁର ମୁସଲିମ ସାହିର ଯୁବକମାନେ ସହଯୋଗ କରିଥିଲେ । 

Exit mobile version