Home ଓଡ଼ିଶା ଛେଳିଗଡ ଜଳପ୍ରକଳ୍ପ ବୁଡି ଅଞ୍ଚଳର ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳ ୧୫ ଦଫା ଦାବିପ୍ରତ୍ର ପ୍ରଦାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଦୀର୍ଘବର୍ଷ ହେଲାଣି ଗଜପତି ଆର, ଉଦୟଗିରି ବ୍ଳକ ଛେଳିଗଡ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ସତ ହେଲେ ସେ କାର୍ଯ୍ୟ କେବେ ସମାପି ହେବା କିଛି କହି ହେଉନି । କାରଣ ପ୍ରୋଜେକ୍ଟ ଆରମ୍ଭ ବେଳର ବଜେଟ ଓ ବତ୍ତମାନର ବଜେଟ ପ୍ରଭାବିତ କରୁଥିବା ବେଳେ ତା ସହିତ ବୁଡି ଅଞ୍ଚଳର ବିସ୍ଥାପିତଙ୍କୁ କ୍ଷତିପୂଣ୍ଣ ବାବଦକୁ ସହାୟତାରେ ପ୍ରଶାସନର ଅବହେଲା ଅଭିଯୋଗ । ଏପରି ଅନେକ ସମସ୍ୟା ଭିତରେ ପେଷି ହେଉଛି ଏଇ ପ୍ରକଳ୍ପ କାର୍ଯ୍ୟର ବିଳମ୍ବ ଘଟୁଥିବା ଜଣାପଡୁଛି । ଏଭିତରେ ଅନେକଥର ବୁଡି ଅଞ୍ଚଳବାସୀ ରାସ୍ତାଘାଟ ରୋକ କରି ଧର୍ମଘଟ କରିସାରିଲେଣି । ପ୍ରଶାସନ ମଧ୍ୟ ଲୋକଙ୍କୁ ଅନେକ ଥର ବୁଝାସୁଝା କରି ଅନେକ ପ୍ରତିଶୃତି ଦେଇଥିଲେ । ହେଲେ ବିବାଦ ଥମିବାର ନା ନେଉନି । ତେଣୁ ବୁଡି ଅଞ୍ଚଳର ସଂଗ୍ରାମ କମିଟିର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟଗଣ ଛେଳିଗଡ ସରପଞ୍ଚଙ୍କ ସମେତ ଏ ସମସ୍ୟାର ସମାଧାନ ଲାଗି ପୁଣିଥରେ ୧୫ ଦଫା ଦାବିପ୍ରତ୍ର ଦେଇ ଗଜପତି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲାପାଳ ମଧ୍ୟ ବୁଡି ଅଞ୍ଚଳର କଣ ସମସ୍ୟା ରହିଛି ତାର ଅନୁଧ୍ୟାନ କରି ସମାଧାନ କରାଯିବ ବୋଲି ଆଶ୍ବାସନା ଦେଇଥିବା ଜଣାପଡିଛି । ଅପର ପର୍ଯ୍ୟରେ ବୁଡିଅଞ୍ଚଳ ସଂଗ୍ରାମ ସମିତି ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯେ ପର୍ଯ୍ୟନ୍ତ ୧୫ ଦଫା ଦାବି ପୂରଣ ନ ହେବ ସେ ପର୍ଯ୍ୟନ୍ତ ଏ ପ୍ରକଳ୍ପ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ଯଦି ପ୍ରଶାସନ ଏହିକାର୍ଯ୍ୟକୁ ଜବରଦସ୍ତ ଏ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ତେବେ କ୍ଷେତିଗ୍ରସ୍ତ ଓ ସଂଗ୍ରାମ ସମିତି କମିଟି ରାଜ ରାସ୍ତାକୁ ଆସିବାକୁ ବାଧ୍ୟ ହେବେ । ସେଥି ମଧ୍ୟରେ କିଛି ଅପ୍ରିତିକର ଘଟଣା ଘଟେ ତେବେ ସେଥିଲାଗି ଜିଲ୍ଲା ପ୍ରଶାସନ, ପ୍ରକଳ୍ପ ଯନ୍ତ୍ର ଓ ବିଭାଗୟ ଅଧିକାରୀ ହିଁ ଦାୟୀ ରହିବେ ବୋଲି ଅଞ୍ଚଳର ସଂଗ୍ରାମ ସମିତି ସଭାପତି ଚୈତନ୍ୟ ଓ ଅନ୍ୟ ସଦସ୍ୟମାନେ ଚେତାବନୀ ଦେଇଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026