୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ନନ୍ଦିଘୋଷ ଭବନଠାରେ ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ଓ ବୋଲଗଡ଼ସ୍ଥିତ ବଳଦ୍ୱର୍ଗ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ରବିବାର ଦିନ ବୋଲଗଡ଼ସ୍ଥିତ ନନ୍ଦିଘୋଷ ଭବନ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସୃତିର ସୁରକ୍ଷା ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ! ବଳଦ୍ୱର୍ଗ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଗବେଷଣା ପରିଷଦର ସଭାପତି ଗୋପୀନାଥ ଖାଡ଼ଙ୍ଗା କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ।

