ଶ୍ରମ କୋର୍ଡ଼କୁ ବାତିଲ କରିବା ଦାବିରେ କଳା ଦିବସ ରୂପେ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦୀ ସରକାରଙ୍କ କୁଶପୁତ୍ତଳିକା ଦାହ

୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ରାୟଗଡ଼ା ଜିଲ୍ଲା :-> ଚଳିତ ମାସ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ରାୟଗଡା ଡାକବଙ୍ଗଳା ଠାରୁ ଏକ ଶୋଭା ଯାତ୍ରା ବାହାରି ଡି.ଏଲ୍.ଓ କାର୍ଯ୍ୟା ଳୟ ସମ୍ମୁଖରେ ଶ୍ରମ ବୋର୍ଡ ଓ ଘରୋଇ କରଣକୁ ବାତିଲ କରିବା ଦାବୀରେ କଳା ଦିବସ ପାଳନ କରାଯାଇଛି । କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧିନ ଫେଡ଼େରେସନ ସମୂହ ପକ୍ଷରୁ ବାରମ୍ବାର କୋର୍ଡ଼କୁ ବାତିଲ କରିବା ଲାଗି ଦାବି ଜଣାଉଥିଲେ, ସୁଧା କେନ୍ଦ୍ର ସରକାର ଶ୍ରମ କୋର୍ଡ଼କୁ ଲାଗୁ ଲାଗି ଉଦ୍ଯମ ଜାରି ରଖିବା ଏକ ନିନ୍ଦନୀୟ ଘଟଣା ।

ଏଠାରେ ଉଲ୍ଲେଖ ଥାଉକି ମୋଦୀ ସରକାର ୨୦୨୦ ସେପ୍ଟେମ୍ବର ୨୨ ରେ ଶ୍ରମ କୋର୍ଡ଼କୁ ସଂସଦରେ କୌଣସି ଚର୍ଚ୍ଚା ନ କରି କୋର୍ଡ଼ର କିଛି ଅଂଶକୁ ପାସ୍‌ କରିଥିବାରୁ ତାହାକୁ ନିନ୍ଦା କରିବା ସହିତ ୨୦୨୪ ସେପ୍ଟେମ୍ବର ୨୩ କୁ କଳା ଦିବସ ଭାବେ ପାଳନ କରିବା ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଶ୍ରମ ବୋର୍ଡ ବାତିଲ କରିବା,ଦେଶର ସମ୍ପତ୍ତି କର୍ପୋରେଟ ମାନଙ୍କୁ ବିକ୍ରି ବନ୍ଦ କରିବା,ଶ୍ରମିକ ମାନଙ୍କୁ ସର୍ବୋ ନିମ୍ନ ମଜୁରି ମୂଲ୍ୟ 34000 ଟଙ୍କା କରିବା,ଶ୍ରମିକ ଛଟେଇ ବନ୍ଦ କରିବା,ସ୍କିମ୍ ୱାର୍କରସ୍ ମାନଙ୍କ ଶ୍ରମିକ ମାନ୍ୟତା ଯୋଗାଇ ଦେବା ଦାବୀ ନେଇ ଶ୍ରମିକ ନେତା ତ୍ରିପତି ଗମାଙ୍ଗ,ମୂର୍ତ୍ତୀ ମିଣିଆକା, ଆଛାନା ମଣ୍ଡାଙ୍ଗି,

ଭବାନୀ ଶଙ୍କର ଜେନା ଓ ବଳରାମ କୈଶଲ୍ୟା Y ଶାମ୍ବା ମୂର୍ତ୍ତି ଅନ୍ୟାନ୍ୟ ନେତାଗଣ କେନ୍ଦ୍ର ସରକାର ଶ୍ରମିକ ମାରଣା ନିତିକୁ ତିବ୍ର ସମାଲୋଚନା କରିଥିଲେ। ଉପସ୍ଥିତ ଥିଲେ ଆଇ ଏନ୍ ଟି ୟୁଦ୍ଧ ସି-ଭବାନୀ ଶଙ୍କର ଜେନା,ରୁନା ନାୟକ, ଏ ଆଇ ସି ସି ଟିୟୁ-ତ୍ରିପତି ଗମାଙ୍ଗ,ମୂର୍ତ୍ତୀ ମିଣିଆକା,ଆଛାନା ମଣ୍ଡାଙ୍ଗି,ଏ ଆଇ ଟି ୟୁ ସି-ବଳରାମ କୌଶଲ୍ୟା, ସି ଆଇ ଟି ୟୁ-ହରେଦ୍ର ନାଥ ହରିଚନ୍ଦନ,ଓଆଇ ଶାମ୍ବ ମୂର୍ତ୍ତି, ସୁନିଲ ଉପସ୍ଥିତ ଥିଲେ। ରାୟଗଡ଼ା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ତାଜା ନ୍ୟୁଜ୍ ଓଡିଶା।

Exit mobile version