୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ,ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ନୟାଗଡ ଜିଲ୍ଲା ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ନୂଆଗାଁ ବ୍ଲକ୍ ର ଲୋକମାନଙ୍କୁ ସଚେତନ କରିବା ପାଇଁ ବୁଲୁଛି ଡେଙ୍ଗୁ ସଚେତନତା ରଥ। ଡେଙ୍ଗୁ ସଚେତନତା ରଥ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ବାହାରି ନୂଆଗାଁ ବ୍ଲକ୍ ମହିପୁର, ବାହାଡ଼ା ଝୋଲା, କାପ୍ତାପଲ୍ଲୀ, ସିଙ୍ଗାର ପଲ୍ଲୀ, ଜାକେଡା,ନୂଆଗାଁ ଆଦି ପଞ୍ଚାୟତ ବୁଲି ଦେଙ୍ଗୁ ଏକ ଋତୁ କାଳୀନ ଭୂତାଣୁ ଜନିତ ରୋଗ, ଏଡିସ ମଶା କାମୁଡିବା ଦ୍ବାରା ଏହି ରୋଗ ହୋଇଥାଏ।ଘର ପାଖରେ ଏବଂ ଆଖ ପାଖରେ ସ୍ଥିର ପାଣି ରହିଲେ ସେଥିରେ ଏଡ଼ିସ ମଶା ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି ।
