୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଦେଶ ବ୍ୟାପି ଅଗଷ୍ଟ ୧୨ ତାରିଖ ଯୁବ ଦିବସ ଠାରୁ ଅକ୍ଟୋବର ମାସ୧୧ ତାରିଖ ପର୍ଯ୍ୟନ୍ତ ଏଚ୍.ଆଇ.ଭି. ଏ.ଡ୍.ସ୍. ଏବଂ ଯୈନ ସଂକ୍ରମିତ ରୋଗ ର ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ଓଡିଶା ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି ର କାର୍ଯ୍ୟରତ ଜିଲ୍ଲା ସ୍ତରୀୟ କର୍ମକର୍ତା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ମଧ୍ୟ ଏଥିରେ ସାମିଲ ହୋଇ ସମାଜ ର ବିଭିଦ୍ନ ସ୍ତରରେ ଏବଂ ବିଭିନ୍ନ ବର୍ଗ ର ଜନସାଧାରଣଙ୍କ ମଧ୍ୟରେ ସଚେତନତା ଜାରି ରଖିଛନ୍ତି ।
