୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ବିଜେପି ନେତୃତ୍ୱରେ ଗଠିତ ରାଜ୍ୟରେ ସୂତନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ହୋଇଛି। ଏହି ୧୦୦ ଦିନର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବାଟାଗୁଡା ମଣ୍ଡଳ ର ପଞ୍ଚାୟତ ସଭାଗୃହ ଠାରେ ସଦସ୍ୟତା ପ୍ରଭାରୀ ସୁରେନ୍ଦ୍ର ପାତ୍ର ଙ୍କ ଅବାହକତ୍ବରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଓ ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଅନୁସୂଚିତ ଜନଜାତି ରାଜ୍ୟ ଆବାହକ କରେନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଢ଼ା ହୋଇଥିବା ରାଜ୍ୟ ସରକାରଙ୍କ ଶହେ ଦିନର ହିସାବ ରଖିଥିଲେ।
