ଖପ୍ରାଖୋଲ ରେ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣୀ

୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ବ୍ଲକ୍ ସଭାଗୃହ ପରିସରରେ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲାପାଳ ଗୌରବ ଶିବାଜୀ ଇସଲ୍ୱାର, ସହକାରୀ ଆରକ୍ଷୀ ଅଧିକ୍ଷକ ଆମ୍ରିତପାଲ କୌର, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ପାଟଣାଗଡ ଉପ ଜିଲ୍ଲାପାଳ ଅମିତ କୁମାର ନାୟକ,

ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଯୋଗଦେଇ ବିଭିନ୍ନ ଅଭିଯୋଗ ର ଶୁଣାଣୀ କରିଥିଲେ। ୬୬ ଟି ବ୍ୟକ୍ତିଗତ ଓ ଗୋଷ୍ଠୀ ଗତ ବିଭିନ୍ନ ଅଭିଯୋଗ ପଞ୍ଜିକୃତ ହୋଇ ଥିବା ବେଳେ ତାର ଶୁଣାଣୀ କରିଥିବା ବେଳେ ୭୦ ଟି ଆବାସ ଗୃହ ସମ୍ପର୍କିତ ଅଭିଯୋଗ ପଞ୍ଜିକୃତ ହୋଇଥିବା ଜଣାଯାଇଛି। ଏହି ଅବସରରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚରଣ ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version