୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଆଜି ନୟାଗଡ଼ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମିଳିତ ସହଯୋଗରେ ଓଡ଼ିଶା ଦଶମ ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ , ନୟାଗଡ ଜିଲ୍ଲା ପରିଷଦ କାଯ୍ୟାଳୟ ସୃଜନ ପ୍ରକୋଷ୍ଠରେ ପାଳନ କରାଯାଇଅଛି l କାର୍ଯ୍ୟକ୍ରମ ପ୍ରାରମ୍ଭ ପଯ୍ୟୟରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଇଜିନିଇର ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନ ଦାସ, ସିଡ଼ିଓ ଶ୍ରୀ ଦେବୋଦତ୍ତ ପଣ୍ଡା, ଅତିରିକ୍ତ ପୋଲିସ ନିରୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଯୋଗଦେଇଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ।

