ମହିଳା ମାନଙ୍କ ସମ୍ମାନ ରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ ସଂଗଠନ କୁ ମଜବୂତ କର ଏବଂ ଲୋକଙ୍କ ସେବା ଜାରି ରଖ .
ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ଲୋକଙ୍କୁ ଅତିଷ୍ଠ କଲାଣି – ନବୀନ ପଟ୍ଟନାୟକ
୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ଶଙ୍ଖ ଭବନ ଠାରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା . ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି.
