ବିଜେଡିର ୨୪ ତାରିଖରେ ହେବାକୁ ଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ପ୍ରତ୍ୟାହାର
ଦାୟିତ୍ୱସମ୍ପନ୍ନ ଦଳ ଭାବେ ଜନ ସାଧାରଣଙ୍କୁ ଅସୁବିଧାରେ ପକାଇବା ଚାହୁଁନାହୁଁ
ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ପୁଣି ଆନ୍ଦୋଳନ
୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭରତପୁର ଠାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ଅକଥନୀୟ ଓ ଅମାନବୀୟ ଅତ୍ୟାଚାର ଘଟଣାରେ ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରାକୁ ବିଜୁ ଜନତା ଦଳ ସାମୟିକ ଭାବେ ପ୍ରତ୍ୟାହାର କରିଛି ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି । ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ଘଟଣାରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନ୍ୟାୟାଳୟର ତତ୍ତ୍ୱାବଧାନରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ ।
