“ପଲ୍ଲୀଭାରତ”ର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ଗତ କାଲି ରବିବାର ଦିନ ପ୍ରାଚୀନଦୀ ନିକଟସ୍ଥ ପୁରାଣ ପ୍ରସିଦ୍ଧ ଆନ୍ତର୍ବେଦୀ ମନ୍ଦିର ପ୍ରାଙ୍ଗଣରେ “ପଲ୍ଲୀ ଭାରତ” ର ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠାନର ସମସ୍ତ ସଭ୍ୟ/ସଭ୍ୟାଙ୍କ ଉପସ୍ଥିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ହଂସନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଲ୍ଲୀଭାରତର ବାର୍ଷିକ ଉତ୍ସବ ଆସନ୍ତା ଡିସେମ୍ବର ମାସ 30 ତାରିଖରେ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନୀ ନିକଟ ବୁଲେନ ଭାଇ ହଲରେ ଅନୁଷ୍ଠିତ ହେବାପାଇଁ ନିଷ୍ପତି ନିଆଯାଇଛି ।

ଉକ୍ତ ଉତ୍ସହବରେ କବିତା ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ 30ଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଉପସ୍ଥାପିତ କରାଯାଇଛି ।  ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ରାୟ, ଉପସଭାପତି ପ୍ରଦୀପ୍ତ ନନ୍ଦ, ସମ୍ପାଦକ ବିଜୟ କୁମାର ମିଶ୍ର , କୋଷାଧକ୍ଷ ପ୍ରଫୁଲ ସାହୁ, ସଂଗଠନ ସମ୍ପାଦକ ସୁବଳ ବେହେରା, କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିନୋଦ କୁମାର ଭୋଇ, ପରିଚାଳନା ସମ୍ପାଦକ ଅବଦୁଲ ବାରି, ଆଇନ ପରାମର୍ଶଦାତା Advocate ପ୍ରଶାନ୍ତ କୁମାର ମଲ୍ଲିକ,ସାଂସ୍କୃତିକ ସମ୍ପାଦକ ଦେବେନ୍ଦ୍ରନାଥ ସେନାପତି, ସହ ନିର୍ଦେଶକ ପ୍ରସନ ପାତ୍ର, ସହ-ସମ୍ପାଦିକା ସନ୍ଧ୍ୟାରାଣୀ ଦାସ, ବିଜୟାନନ୍ଦିନୀ ଲେଙ୍କା,

ମଳୟ ରାଉତ, ସଂଯୋଜକ ରାଘବ ଚନ୍ଦ୍ର ବେହେରା, କାର୍ଯ୍ୟନିର୍ବାହୀ ସଂଯୋଜକ ପ୍ରଦିପ ପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ସୁରେନ୍ଦ୍ରନାଥ ସାହୁ ପ୍ରମୁଖଙ୍କ ଉପସ୍ଥିତରେ ବାର୍ଷିକ ଉତ୍ସବର ଆୟ ବ୍ୟୟ ସମ୍ପର୍କିତ ବିଷୟ ଆଲୋଚନା କରାଯାଇଥିଲା । ଆସନ୍ତା ବାର୍ଷିକ ଉତ୍ସବରେ ପଲ୍ଲୀ ଭାରତର ସମସ୍ତ ସଭ୍ୟ, ସଭ୍ୟାମାନେ ଯୋଗ ଦେଇ ଏହି ଉତ୍ସଵକୁ ସରସ ସୁନ୍ଦର କରିବା ପାଇଁ ଅନୁଷ୍ଠିତ ବୈଠକରେ ନିବେଦନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବରେ ବହୁ ବିଶିଷ୍ଟ ଅତିଥିମାନେ ଯୋଗଦେବାର ସ୍ଥିର କରାଯାଇଛି ।

Exit mobile version