Home ଓଡ଼ିଶା ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପରିସରରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଜ ସିତାପୂର ନିକଟରେ ଥିବା ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ କେମ୍ପସ ଠାରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଏକ ଚୁକ୍ତିନାମା ସ୍ଵାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗଜପତି ଜିଲ୍ଲା ପ୍ରଶାସନ , ଜିଲ୍ଲା ଦକ୍ଷତା ବିକାଶ , ଜିଲ୍ଲା କର୍ମ ନିୟୋଜନ ବିଭାଗ ଏବଂ କ୍ରିଷ୍ଣାପାଟନମ ସିକୁରିଟି ସର୍ଭିସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଗଜପତି ଜିଲ୍ଲାର ୩୦ ଜଣ ଯୁବକ ଯୁବତୀଙ୍କୁ ଆସିଷ୍ଟାଣ୍ଟ ସରଭେୟର ବିଷୟରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଏହି ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ଏଥିରେ ଗଜପତି ଜିଲ୍ଲାର ପ୍ରାୟ ୩୦ ଜଣ ମେଟ୍ରିକ୍ ପାସ କରିଥିବା ଯୁବକ ଯୁବକ ଯୁବତୀଙ୍କୁ ମାଗଣାରେ ଆବାସିକ ତାଲିମ ଓ ନିଯୁକ୍ତି ଯୋଗାଇ ଦିଆଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଦକ୍ଷତା ବିକାଶ ଓ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଏବଂ କ୍ରୀଷ୍ଣାପାଟନାମ ସିକୁରିଟି ସର୍ଭିସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏଚଓଡି: ସ୍କିଲ ଡ଼ଃ ପୁଲ୍ଲା ରାଓଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଅଛି । ଏହି ନିଯୁକ୍ତି ଭିତ୍ତିକ ସ୍ୱଳ୍ପ ମିଆଦୀ ତାଲିମ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର କେମ୍ପସ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲାର ଆଗ୍ରହୀ ଓ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ମାନେ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏବଂ ସାମିଲ ହେବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ(ଏମ୍ପ୍ଳୟମେଣ୍ଟ) କାର୍ଯ୍ୟାଳୟ ଆସି ନଚେତ ମୋବାଇଲ ନମ୍ବର- ୯୮୨୭୯ ୪୬୮୮୪ ରେ ଯୋଗାଯୋଗ କରିପାରିବେ ।ଏହି ଅବସରରେ ଡାଇରେକ୍ଟର ଆର.ଏଣ୍ଡ.ଡି.ବିଶ୍ଵ ସମୁଦ୍ର ଡ଼ଃ ରାଙ୍ଗାରାଓ ,ରେଜିଷ୍ଟ୍ରାର ସିୟୁଟିଏମ ପ୍ରଫେସର ଅନିତା ପାତ୍ର ,ଡାଇରେକ୍ଟର ଡ଼ଃ ଦୁର୍ଗା ପ୍ରସାଦ ପାଢ଼ୀ , ଡିନ ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରଫେସର ପ୍ରଫୁଲ୍ଲ ପଣ୍ଡା , ଡିନ ଏଗ୍ରିକଲଚର ଡ଼ଃ ସତ୍ୟ ପ୍ରକାଶ ନନ୍ଦ ଏବଂ ସ୍କିଲ୍ ଡେଭଲପମେଣ୍ଟ କମ ଏମ୍ପଲୟମେଣ୍ଟ ଅଫିସର ଶ୍ରୀ ଶିବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026