୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଆସନ୍ତା ଜାନୁଆରୀ ମାସରେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୁଇ ଦିନିଆ ମିଡ଼ିଆ ଫେଷ୍ଟ ଅନୁଷ୍ଠିତ ହେବାକୁ ଯାଉଛି l ସେଥିପାଇଁ ଆଜି ଏକ ବୈଠକ ରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି l ଆଜି କୋଣାର୍କ ସ୍ଥିତ ସରକାରୀ ଡାକ ବଙ୍ଗଳାରେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ସତ୍ୟ ଖବର ର ସମ୍ପାଦକ ତଥା ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଅକ୍ଷୟ ନାୟକ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ପୁରୀ ଜିଲ୍ଲା ର ବରିଷ୍ଟ ସାମ୍ବାଦିକମାନେ ଯୋଗ ଦେଇଥିଲେ l
