ଉତ୍ସର୍ଗ ପରିବାର ପକ୍ଷରୁ ଆମ ବିଦ୍ୟାଳୟ ଓ ପରିବେଶ ର ସୁରକ୍ଷା ଆମ ଦାଇତ୍ୱ ଅଭିଯାନ

୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ  :-> ଉତ୍ସର୍ଗ ପରିବାର ପକ୍ଷରୁ ଆମ ବିଦ୍ୟାଳୟ ଓ ପରିବେଶ ର ସୁରକ୍ଷା ଆମ ଦାଇତ୍ୱ ଅଭିଯାନ ରେ ସ୍ୱଚ୍ଛତା ପକ୍ଷ ଅବସରରେ ଛୋଟ ଛୋଟ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ର ସୁରକ୍ଷା ପାଇଁ ବେଗୁନିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତିରେ ଓ ଉତ୍ସର୍ଗ ପରିବାର ସ୍ବେଛାସେବୀ ଙ୍କ ସହଯୋଗରେ ସଫେଇ ଓ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଦୁଇଦିନ ଧରି ଶନିବାର ଓ ରବିବାର ଅନୁଷ୍ଠିତ ହୋଇଯାଇଛି l

ଉତ୍ସର୍ଗ ପରିବାର ର ଉପଦେଷ୍ଠା ବିଶିଷ୍ଠ ସମାଜସେବୀ ପ୍ରକୃତି ବନ୍ଧୁ ପରିବେଶବିତ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ ଙ୍କ ଉପସ୍ଥିତିରେ ଉତ୍ସର୍ଗ ପରିବାର ର ପ୍ରତିଷ୍ଠାତା ସମ୍ପାଦକ ପ୍ରକୃତି ବନ୍ଧୁ ବିଷ୍ଣୁ ମୋହନ ପ୍ରଧାନ ଙ୍କ ନେତୃତ୍ୱରେ ଉତ୍ସର୍ଗ ପରିବାର ସଦସ୍ୟ ଭାଗିରଥି ପ୍ରଧାନ, ସୁକାନ୍ତ ପ୍ରଧାନ, ବିରଞ୍ଜନ ପ୍ରଧାନ, ସୁମନ କାଣ୍ଡି, ଜୟ ପ୍ରକାଶ ଲେଙ୍କା, ଦିପ୍ତୀରଞ୍ଜନ ପ୍ରଧାନ, ବାପୁନି ଭୋଇ, ତପୁନା ଭୋଇ, ସନ୍ତୋଷ କୁମାର ପ୍ରଧାନ, ନରେଶ ବେହେରା, ଅଜୟ, ସାଗର, ଶ୍ରୀତମ,ପ୍ରମୁଖ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ l

Exit mobile version