୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ସାରା ରାଜ୍ୟରେ ମୋହନ ସରକାରଙ୍କ ପକ୍ଷରୁ ତିନିଦିନ ଧରି ବିକାଶ ମେଳା ତଥା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବା ବେଳେ ରବିବାର ବାଲିଗୁଡା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରାଟ ବାଇକ ରାଲି ଅନୁଷ୍ଠିତ ହୋଇଛି । ଦଣ୍ଡପଦର ପେଟ୍ରୋଲ ପମ୍ପ ନିକଟରୁ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେବା ସହ ସହର ପରିକ୍ରମା କରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପର୍ଯ୍ୟନ୍ତ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଢ଼ା ହୋଇଥିବା ରାଜ୍ୟ ସରକାରଙ୍କ ଶହେ ଦିନର ହିସାବ ରଖିଥିଲେ।

