୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ପୁରେଶ୍ୱର ମାଝି(୬୫)। ମିଳିଥିବା ସୂଚନାନୁଯାୟୀ, କାଣ୍ଡାମ ଗ୍ରାମର ପୁରେଶ୍ୱର ଶନିବାର ସକାଳେ ଧୁଙ୍ଗିଆ ପଙ୍କାଳ ଗ୍ରାମରେ ହେଉଥିବା ସାପ୍ତାହିକ ହାଟକୁ ରାଉଳ ନଦୀ ପାର ହୋଇ ଆବଶ୍ୟକ ଜିନିଷପତ୍ର କିଣି ଅପରାହ୍ନରେ ଘରକୁ ଫେରୁଥିଲେ । ସେ ରାଉଳ ନଦୀର ଡଙ୍ଗା ଘାଟ ପାର୍ ହେଉଥିବା ସମୟରେ ହଠାତ୍ ବଢ଼ିପାଣିର ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଥିଲେ ।

