Home ଓଡ଼ିଶା ଗଦାପୁର ଅଞ୍ଚଳରେ ୫ ଦିନ ହେଲା ବିଏସଏନଏଲ ନେଟୱାର୍କ ଠପ : ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ବିଏସଏନଏଲ ନେଟୱାର୍କ ଅଚଳ ହୋଇପଡିଛି । ଉକ୍ତ ଅଞ୍ଚଳରେ ଏକ ମାତ୍ର ସାହା ଭରସା ବିଏସଏନଏଲ ନେଟୱାର୍କ ଅଚଳ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏହାକୁ ମରାମତି ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । ଫଳରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ଏକାଧିକ ସ୍ଥାନରେ ପାଣି ଯୋଗାଣ ପାଇଁ ପାଇପ ବିଛାଇବା କାର୍ଯ୍ୟ ଚାଲିଛି। ଏଥିପାଇଁ ଜେସିବି ମାଧ୍ୟମରେ ଖୋଳାଯାଇ ପାଇପ ବିଛାଯାଉଛି ତେବେ ପୁଇଗୁଡ଼ା ଘାଟିରେ ବିଏସଏନଏଲ ବିଭାଗର ଓଏଫସି (ଅଫଟିକ ଫାଇବାର କେବୁଲ )ଗୁଡିକ କଟିଯିବାରୁ ଗଦାପୁରକୁ ବିଏସଏନଏଲ ସଂଯୋଗ ବିଛିନ୍ନ ହୋଇଯାଇଛି। ରବିବାର ଅପରାହ୍ନରେ ଅଞ୍ଚଳବାସୀ ଏକତ୍ରିତ ହୋଇ ପାଇପ ବିଛାଯାଉଥିବା କାର୍ଯ୍ୟସ୍ଥଳକୁ ଆସି କେବୁଲ କାଟିଦେଇଥିବା ଜେସିବି କାର୍ଯ୍ୟ ବନ୍ଦ କରିଛନ୍ତି ।ଏହି ସମୟରେ ଚାପା ଉତ୍ତେଜନା ଦେଖାଯାଇଥିଲା। ଅଞ୍ଚଳର ସଞ୍ଜୀବ ଦେଓଙ୍କ ସମେତ ଦମନିକ ଉଠାଣ ସିଂ,ସୁରେଶ କୁମାର ସାହୁ, ସୀମାଦ୍ରୀ ଦେଓ, ଭୀମ ସେନ ମଣ୍ଡଳ, ମହେଶ୍ୱର ପାତ୍ର, ଶିବରାମ ସେଠିଙ୍କ ସମେତ ବହୁ ଉପଭୋକ୍ତା ଉପସ୍ଥିତ ଥିଲେ । ଖବର ଲେଖିବା ସୁଦ୍ଧା କେହି ପ୍ରଶାସନ କିମ୍ବା ବିଏସଏନଏଲର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି । ସେମାନଙ୍କ ଅଭିଯୋଗ ଯେ ଗତ ୫ ଦିନ ହେଲା ମୋ ସେବାକେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର ଗୁଡିକରେ କାର୍ଯ୍ୟବନ୍ଦ ହୋଇଯାଇଛି । ବିଶେଷ କରି ସୁଭଦ୍ରା ଯୋଜନାରେ ମହିଳାମାନେ ଆବେଦନ କରିପାରୁନଥିବା ବେଳେ ଆଧାର ସଂଶୋଧନ, ବ୍ୟାଙ୍କରୁ ଟଙ୍କା ନେଣ ଦେଣରେ ବାଧାସୃଷ୍ଟି ହୋଇଛି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନେଟୱାର୍କ କୁ ସଚଳ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026